ଫୋକସ ପ୍ଲସ (ପୁରୀ)୨୩/୦୬/୨୦୨୨:ଆଜି କାକଟପୁର ଦେଉଳି ମଠରୁ ଏକ ଶଗଡ଼ ଗାଡ଼ି ସାହାଯ୍ୟରେ କାକଟପୁର ଅଞ୍ଚଳର ଯୁବକମାନେ ଧୁଶାସନ, ଅଶୋକ, ମଙ୍ଗୁଳି, ଯୋଗେନ୍ଦ୍ର, ବୁଟୁ, ବାବୁ ଏକାଠି ହୋଇ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଇଁ ଫଳ ଭାର ନେଇ ପୁରୀ ଶ୍ରୀମନ୍ଦିର ରେ ପହଞ୍ଚି ସମସ୍ତ ପ୍ରକାର ଭାର ଅର୍ପଣ କରିଛନ୍ତି ,କଥାରେ ଅଛି ଯଦି କାହାର ଦେହ ଅସୁସ୍ଥ ହୁଏ ତେବେ ସେ ବ୍ୟକ୍ତି ର ପରିବାର ଆତ୍ମୀୟ ବନ୍ଧୁ ପରିଜନ ଏକାଠି ହୋଇ ଦେଖାକରିବାକୁ ଗଲାବେଳେ ସାଙ୍ଗରେ ଫଳ ମୂଳ ନେଇଥାନ୍ତି। ଠିକ୍ ସେହିପରି ଜଗତର ନାଥ ଜଗନ୍ନାଥ ଏବେ ସ୍ନାନ ପୂର୍ଣ୍ଣମା ଠାରୁ ଅଣସର ଘରେ ରହି ତାଙ୍କ ବୈଦ୍ ଦ୍ଵାରା ଚିକିତ୍ସତ ହୁଅନ୍ତି । ତେଣୁ ଦେହ ଅସୁସ୍ଥ ସମୟରେ ଠାକୁରଙ୍କ ନିକଟରେ ଫଳ ମୂଳ ଫୁଲୁରି ତେଲ ପଥି ପାଞ୍ଚଣ ଇତ୍ୟାଦି ଭୋଗ ଲାଗି ହୋଇଥାଏ । ଏହାକୁ ଆଖି ଆଗରେ ରଖି କାକଟପୁରର ପ୍ରାଚୀ ନଦୀ କୂଳ ରେ ଅବସ୍ଥିତ ଦେଉଳି ମଠରୁ ଜଗତର ନାଥ ଜଗନ୍ନାଥ ପାଇଁ ଫଳ ଭାର ଯିବା ରାସ୍ତାରେ ଅନେକ ଲୋକେ ବାଟରେ ଚାହିଁ ରହିଥାନ୍ତି ଯେ କେତେବଳେ ଏହି ରାସ୍ତା ଦେଇ ମହାପ୍ରଭୁ ଙ୍କ ଫଳ ଭାର ଗାଡି ଯିବ, ଆଜିବି ସେହିପରି ଭାବରେ ଲୋକେ ଦେଉଳି ମଠରୁ ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାଉଥିବା ଫଳ ଭାର ଶଗଡ଼ରେ କିଏ ସପୁରୀ ଟିଏ ଦେଇଦେଉଛି ତ କିଏ ନଡ଼ିଆ ଟିଏ ଜଗତର ନାଥ ଜଗନ୍ନାଥ ନିକଟକୁ ଦେଉଛନ୍ତି ।
ପୁରୀରୁ ଜଗବନ୍ଧୁ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |