ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ, ୧୧ଟି ଯାନ ଜବତ

ଫୋକସ ପ୍ଲସ ୧୭/୦୬/୨୨(ସୁବର୍ଣ୍ଣପୁର): ଓଡିଶା ସରକାରଙ୍କ ପରିବହନ କମିଶନର ତଥା ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ ମତେ ଗତ ତା-୧୬/୦୬/୨୨ ରାତ୍ରି ରେ ସୁବର୍ଣ୍ଣପୁର ଜିଲ୍ଲାରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଥିଲା l ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଯାଞ୍ଚ ସୋନପୁର ସହର ର କୁଞ୍ଜ ଛକ ଓ ବ୍ଲକ ଛକ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱତନ୍ତ୍ର ଯାଞ୍ଚ ସମୟରେ ୧୧ ଟି ବିଭିନ୍ନ ଗାଡି କୁ ଜବତ କରାଯାଇ ଗାଡି ଗୁଡିକୁ ପରିବହନ କାର୍ଯ୍ୟାଳୟ ଓ ସୋନପୁର ଥାନା କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି l ପରିବହନ ଅଧିକାରୀ ସୁବର୍ଣ୍ଣପୁର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମରେ ଅତିରିକ୍ତ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଲୋକନାଥ ନାୟକ, ସୋନପୁର ସହରାଞ୍ଚଳ ଥାନା ଅଧିକାରୀ ସମେତ ପରିବହନ ବିଭାଗ କର୍ମଚାରୀ ଓ ପୋଲିସ ବିଭାଗର ଅଧିକାରୀ ପ୍ରମୁଖ ସାମିଲ ଥିବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

Leave a Reply

Your email address will not be published. Required fields are marked *