ବେଆଇନୀରେ ଚାଲିଛି ପଥର ଖନନ, ନିରବ ଦ୍ରଷ୍ଟା ପ୍ରଶାସନ

ଫୋକସ ପ୍ଲସ ୧୦/୬/୨୨(ଖଣ୍ଡପଡା):ମାଫିଆଙ୍କ କବଜାରେ ହନୁମାନ ପାହାଡ଼, ଦିନ ଦ୍ୱିପ୍ରହରେ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କାର ପଥର, ମାଲେ ମାଲ ପଥର ମାଫିଆ, ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର |ଇଏ ହେଉଛି ନୟାଗଡ ଖଣ୍ଡପଡା ତହସିଲ ଅଧୀନରେ ଥିବା ଖଳିସାହି ହନୁମାନ ମୁଣ୍ଡିଆ | ଏହା ଉପରେ ଲାଗିଛି ପଥର ମାଫିଆଙ୍କ ଲଲୁପ ନଜର | ଦିନ ଦ୍ୱିପ୍ରପହରେ ବେଆନି ଭାବେ ଚାଲିଛି ପଥର ଖୋଳା | ପଥର ମାଫିଆ ମାନେ ଦିନ ଦ୍ୱିପ୍ରହରେ ଲୁଟି ନେଉଛନ୍ତି ଟ୍ରିପ ଟ୍ରିପ ପଥର ହେଲେ ନୀରବଦ୍ରଷ୍ଟା ସାଜିଛି ଖଣ୍ଡପଡା ତହସିଲ | ଦୀପତଳ ଅନ୍ଧାର ହେଲା ଭଳି ଖଣ୍ଡପଡା ତହସିଲ କାର୍ଯ୍ୟଳୟ ଠାରୁ ମାତ୍ର ୨ କିଲୋ ମିଟର ଦୂରରେ ଚାଲିଛି ଏହି ପଥର ଖନନ. ସବୁ ଜାଣି ଶୁଣି ନିରବ ଦ୍ରଷ୍ଟା ସାଜିଛିନ୍ତି ତହସିଲଦାର | ଫଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି. କେବଳ ପଥର ଚୋରା ଚାଲାଣ ନୁହେଁ ବେଆଇନି ପଥର ବ୍ଲାଷ୍ଟିଙ୍ଗି ଯୋଗୁ ଜନ ଜୀବନ ମଧ୍ୟ୍ୟ ପ୍ରଭାବିତ ହେଉଛି |ମୁଣ୍ଡିଆ ଚତୃ ପ୍ରାଶ୍ୱରେ ଗୋଚର ଜମି ଏବଂ ଚାଷ ଜମି ଥିବାରୁ ଗାଁ ଟି ଜାଙ୍କର ଗୋରୁ ଗାଈ ସେଠାରେ ଚଳ ବିଚଳ ମଧ୍ୟ୍ୟ କରନ୍ତି | ଫଳରେ ବେଆଇନି ପଥର ବ୍ଲାଷ୍ଟିଙ୍ଗି ଯୋଗୁ ଚାଷ ଜମି ନଷ୍ଟ ହେବାସହ, ଚଳ ବିଚଳ କରୁଥିବା ଗୋରୁ ଗାଈଙ୍କ ଦେହରେ ପଥର ବାଜି ଖଣ୍ଡିଆ ଖାବରା ହେଉଥିବା ନେଇଁ ମଧ୍ୟ୍ୟ ଅବିଯୋଗ ହେଉଛି . ବେଆଇନି ବ୍ଲାଷ୍ଟିଙ୍ଗିରୁ ହେଉଥିବା ଶବ୍ଦ ଯୋଗୁ ସ୍ଥାନିଅ ଅଞ୍ଚଳରେ ଆତଙ୍କ ଖେଳିଯାଏ | ସରକାରଙ୍କ ବିନା ଅନୁମତୁରେ ତହସିଲ କାର୍ଯ୍ୟଳୟ ଠାରୁ ମାତ୍ର ୨କିଲୋ ମିଟର ଦୂରରେ ବର୍ଷ ବର୍ଷ ଧରି ଖଣି ମାଫିଆ ମାନେ ହନୁମାନ ମୁଣ୍ଡିଆକୁ ଲୁଟୁଥିବା ବେଳେ କାହିଁକି ସବୁ ଜାଣି ଶୁଣି ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ ଆକୁ ନେଇଁ ଉଠିଛି ବଡ଼ ପ୍ରଶ୍ନ ?କ୍ଷ୍ୟତି ସହୁଛନ୍ତି ସାଧାରଣ ଜନତା, ହେଲେ ମାଲେମାଲ ହେଉଛନ୍ତି ମାଫିଆ ଏବଂ କିଛି ମୁନାଫ ଖୋର ସରକାରୀ କର୍ମଚାରୀ. ଖଣି ମାଫିଆଙ୍କ ଦାଉରେ ଅସ୍ଥ ବ୍ୟସ୍ତ ଜନତା | ବେଆଇନି ଖଣିକୁ ବନ୍ଧ କରିବା ନିମତେ ସ୍ଥାନୀୟ ଲୋକେ ବହୁବାର ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ତ ହୋଇଥିଲେ ମଧ୍ୟ୍ୟ କାର୍ଯ୍ୟ ଶୂନ | ସେପଟେ ଅଭିଯୋଗ ଉପରେ କାର୍ଯ୍ୟଅନୁଷ୍ଠାନ ନେବାପାଇଁ ପ୍ରତିଶୃତି ଦେଇଛନ୍ତି ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ | ଜିଲାରୁ ଏକ ଟିମି ଗଠନ କରି ତଦନ୍ତ କରିବା ସହ ବେଆଇନି ଖଣିକୁ ଜବତ କରି ମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି, ପଥର ମାଫିଆଙ୍କ ଉପରେ କେବେ ଏବଂ କେଉଁଭଳି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ଅନୁଷ୍ଠାନ ଜିଲ୍ଲା ପ୍ରଶାସନ ଗ୍ରହଣ କରୁଛି ତାହା କେବଳ ଦେଖିବାକୁ ବାକିରହିଲା |

ନୟାଗଡ ଖଣ୍ଡପଡାରୁ ନାରାୟଣ ପଲେଇଙ୍କ ରିପୋଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *