ଶିକାରୀଙ୍କ ଟାର୍ଗେଟରେ ହାତୀ

ଫୋକସ ପ୍ଲସ ୦୮/୦୬/୨୨(ବଡ଼ମ୍ବା): ଗତ କିଛି ଦିନ ତଳେ ବଡ଼ମ୍ବା ନରସିଂହପୁର ବନଖଣ୍ଡ ଅଧିନରେ ଥିବା ଜଙ୍ଗଲରେ ଦୁଇଟି ଜାଗାରୁ ୨ଟି ହାତୀର ମୃତ ଦେହକୁ STF ଟିମ୍ ଉଦ୍ଧାର କରିବା ପରେ ଆଜି ପୁଣି ଏକ ହାତୀ ଗୁଳିବିଦ୍ଧ ଅବସ୍ଥାରେ ନରସିଂହପୁର ବନଖଣ୍ଡ ଅଧିନ ଜୟମଙ୍ଗଳ ଜଙ୍ଗଲରେ ବୁଲୁଥିବା ଦେଖାଯାଇଛି।ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ।ପରେ ବନବିଭାଗ ଏହି ହାତୀକୁ ଖୋଜିବାକୁ ଲାଗିଥିଲେ। ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ହାତୀକୁ ଶିକାରୀ ନିଜର ଶିକାର କେମିତି କରୁଛନ୍ତି?ବନ ବିଭାଗର କର୍ମଚାରୀ ମାନେ ଚୁପ କାହିଁକି? ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ ସମେତ ବଡ଼ମ୍ବା ନରସିଂହପୁର ବନଖଣ୍ଡ କର୍ମଚାରୀ ମାନଙ୍କ କାର୍ଯ୍ୟଦକ୍ଷତା ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।

 

ବଡ଼ମ୍ବା ରୁ କମଳକାନ୍ତ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *