5 ବିଶ୍ଵକପ ବିଜେତା ଜର୍ମାନୀକୁ ୩/୨ ରେ ଧୂଳି ଚଟାଇଲା ଭାରତ

ଫୋକସ ପ୍ଲସ 11/3/23(ବ୍ୟୁରୋ): ପ୍ରଥମ କ୍ଵାଟର ଜର୍ମାନୀ ଘନ ଘନ ଆକ୍ରମଣକୁ ରୋକିବା ପାଇଁ ଭାରତର ହାର୍ଦିକ ରକ୍ଷଣଶୀଳ ଭାବ ଖେଳ ଭାରତର ବିରୋଧରେ ରୋକିବାକୁ ସଫଳ ହୋଇଥିଲା। ଦ୍ଵିତୀୟ କ୍ଵାଟର ରେ ଭାରତର ଘନ ଘନ ଆକ୍ରମଣ ଜାରି ରଖି ଅଭିଷେକ ଙ୍କ ଦ୍ଵାରା ହୋଇଥିବା ପେନାଲଟି କଣ୍ଣରକୁ ଗୋଲ୍ ରେ ପରିଣତ କରି ୧/୦ ଆଗୁଆ ରହିଥିଲା ଭାରତ ଓ ପରେ ଦ୍ଵିତୀୟ କ୍ଵାଟରରେ ୩୧ ଏବଂ ୪୩ ମିନିଟରେ ସୁରଜିତ ଦୁଇଟି ଫିଲ୍ଡ଼ ଗୋଲ୍ ଦ୍ଵାରା ୩/୦ ଭାରତର ଆଗୁଆ ରହିଥିବା ବେଳେ ତୃତୀୟ କ୍ଵାଟରରେ ୪୪ ମିନିଟରେ ଜର୍ମାନୀ ଏକ ଫିଲ୍ଡ ଗୋଲ୍ ଦେଇଥିଲା। ଚତୁର୍ଥ ଜର୍ମାନୀ ଘନ ଘନ ଆକ୍ରମଣ କରିବା ସତ୍ବେ ଭାରତର ମଜବୁତ ରକ୍ଷଣ ଖେଳ ଦ୍ଵାରା ବିଶ୍ବକପ୍ ବିଜେତା ଜର୍ମାନୀକୁ ୩/୨ ଧରାଶାୟୀ କଲା ଭାରତ। ଏହି ମ୍ୟାଚଟିକୁ ଦେଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବିଧାୟକ ଓ ମନ୍ତ୍ରୀ ଓ ଜିଲ୍ଲାର ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *