ଫୋକସ ପ୍ଲସ(କୋଣାର୍କ): କୁନି କୁନି ପିଲା ଜଣେ ବର, ଆଉଜଣେ କନିଆଁ । ଏବେବି ସେମାନେ ସମାଜକୁ ଭଲକି ଯାଣି ନାହାଁନ୍ତି । ତଥାପି ସେମାନେ ଆଜି ଗାଁ ଦାଣ୍ଡର ବେଦିରେ ସାଜି ହୋଇ ବସିଛନ୍ତି ବର କନିଆଁ ହୋଇ ।କିଛି ନୂଆ କଥା କିଛି ନୂଆ ଢଙ୍ଗ ରଙ୍ଗ ରେ ପାଳୁଛନ୍ତି କଣ୍ଢେଇ ବାହାଘର । ବାଜାବି ବାଜୁଛି, ନାଚବି ଚାଲିଛି , ବରଯାତ୍ରୀ ପହଞ୍ଚି କନିଆଁ ଘରେ ହେଇଛନ୍ତି ଚର୍ଚ୍ଚା । ପୁରା ଜେପରି ଦୃଶ୍ୟ କୁ ଦେଖିଲେ ମନେହୁଏ ସତେ ଯେପରି ଏକ ବାହାଘର ଉତ୍ସବ । ପୁରା ଧୁମ୍ ଧାମ୍ ରେ ଚାଲିଛି ବାହାଘର । ଯାହାକି କୁନି କୁନି ପିଲାଙ୍କୁ ନେଇ ।ଏ ଦୃଶ୍ୟ ହେଇଛି ପୁରୀ ଜିଲ୍ଲା କାକଟପୁର ବ୍ଳକ କୁରୁଜଙ୍ଗ ପଞ୍ଚାୟତର କୁଞ୍ଜମଠ ଗାଁରେ କୁମାର ପୂର୍ଣ୍ଣିମାରେ ଗାଁର ଝିଅ ନବବଧୂ, ମହିଳା ,ବୃଦ୍ଧ ଏକର୍ତ୍ତ ହୋଇ ଡାଉରି ଓ ବଧୁ ହତ୍ୟା କୁ ବିରୋଧ କରି କରିଛନ୍ତି।ବିବାହ ବେଦି ମଧ୍ୟରେ ଦୁଇ କୁମାରୀ ମଧ୍ୟରେ କରାଯାଇଥିଲା ବିବାହ । ହାତଗଣ୍ଠି ପକାଇବା ପରେ ଝିଅ ହୋଇଥିଲା ବିଦାୟ। ମୂଖ୍ୟ ବାର୍ତ୍ତା ଥିଲା ଜଉତୁକକୁ ବର୍ଯ୍ୟନ କରବା ନବବଧୂର ହତ୍ୟା ରୋକବାକୁ କୁହନ୍ତି ବର କନ୍ୟା।
ରାଜ୍ୟରେ ଯେପରି ବଧୁ ନିର୍ଯାତନା ହୁହୁ ହୋଇ ବଢୁଛି। ଏବେବି ନାରିଟିଏ ରାତିରେ ଏକଲା ଯିବାକୁ ନିଜକୁ ସୁରକ୍ଷା ମଣୁ ନାହିଁ । ବର ପରିବାର ପକ୍ଷରୁ ଦାଉରି ଶୋଷଣ କରୁଛନ୍ତି, ବରର ବାପା, ଏସବୁ କିପରି ରୋକାଯିବ, ନାରୀ ମାନଙ୍କୁ କିପରି ରାତିରେ ଯାଆ ଆସ ସମୟରେ ସୁରକ୍ଷା ମିଳିବ। ଏହାକୁ ନେଇ କୂମାରୀ ବିବାହ କରି ଦେଉଛନ୍ତି ବାର୍ତ୍ତା।କୁହନ୍ତି ଗ୍ରାମର ସଭାପତି ଓ ପୁରହିତ ।ସତରେ ମା ଗର୍ଭରୁ ଭୂଣହତ୍ୟା ଠାରୁ ଆରମ୍ଭ କରି ଝିଅବୋଲି ମିଳୁଛି ବିଭିନ୍ନ ନିନ୍ଦା ଓ ଅପମାନ ଶେଷରେ ମୃତ୍ୟୁ ଏହାକୁ କିପରି ରୋକାଯିବ ସେଥିପାଇଁ ସମସ୍ତେ ସଙ୍କଳ୍ପ ନେବାର ଆବଶ୍ୟକତା ରହିଛି। ନଚେତ ନାରି ନିର୍ଯାତନା ଯୋଗୁଁ ଝିଅ ସଙ୍ଖ୍ୟା ଲୋପ୍ ହେବା ସମ୍ବାବନା ରହିଛି।
ପୁରୀ ଜିଲ୍ଲା କୋଣାର୍କରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ୍