2023ରେ ଭାରତକୁ ଦ୍ୱିତୀୟ ଓସ୍କାର

ଫୋକସ ପ୍ଲସ 13/3/23(ବ୍ୟୁରୋ): ଭାରତକୁ ଦ୍ୱିତୀୟ ଓସ୍କାର |ଇତିହାସ ରଚିଲା ଭାରତୀୟ ଫିଲ୍ମ ‘RRR’। ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଓସ୍କାର ଆୱାର୍ଡ ମିଳିଛି। ଶ୍ରେଷ୍ଠ ଅରିଜିନାଲ୍‌ ଗୀତ ପାଇଁ ଏହି ଓସ୍କାର ଆୱାର୍ଡ ମିଳିଛି। ଏଥର ସାଉଥ୍ ଚଳଚ୍ଚିତ୍ର RRR ଇତିହାସ ସୃଷ୍ଟି କରିଛି। ସେହିପରି ୯୫ତମ ଓସ୍କାରରେ ଭାରତୀୟ ଡକ୍ୟୁମେଣ୍ଟାରୀ ‘ଦ ଏଲିଫ୍ୟାଣ୍ଟ ହୁଇସ୍‌ପରର୍ସ’ ମଧ୍ୟ ଓସ୍କାର ଜିତିଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର କ୍ୟାଟେଗୋରୀରେ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମକୁ ଓସ୍କାର ଆୱାର୍ଡ ମିଳିଛି।୩୯ ମିନିଟ୍‌ର ତାମିଲ ଭାଷାରେ ନିର୍ମିତ ‘ଦ ଏଲିଫ୍ୟାଣ୍ଟ ହୁଇସ୍‌ପରର୍ସ’ ଶିଶୁ ହାତୀ ଓ ଦମ୍ପତି ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ଉପରେ ଆଧାରିତ।ଏହାର କାହାଣୀ ପଶୁମାନଙ୍କ ପ୍ରତି ସମ୍ବେଦନଶୀଳତା ଉପରେ ଆଧାରିତ ଥିଲା ଏବଂ ଏଥିରେ ରଘୁ ନାମକ ଏକ ଶିଶୁ ହାତୀର କାହାଣୀ ଦେଖାଯାଇଥିଲା।
ଏହା ପୂର୍ବରୁ ‘ନାଟୁ ନାଟୁ’ ଗୀତକୁ ଗୋଲ୍‌ଡେନ୍‌ ଗ୍ଲୋବସ୍ ଆୱାର୍ଡ ମିଳିଥିଲା। ‘ବେଷ୍ଟ ଅରିଜିନାଲ୍ ସଙ୍ଗ’ କାଟାଗୋରୀରେ ଏକାଧିକ ଫିଲ୍ମକୁ ପଛରେ ପକାଇ ଏସ୍‌ଏସ୍‌ ରାଜାମୌଲିଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘RRR’ର ଗୀତ ‘ନାଟୁ ନାଟୁ’କୁ ଗୋଲ୍‌ଡେନ୍‌ ଗ୍ଲୋବସ୍-୨୦୨୩ ଆୱାର୍ଡ ମିଳିଥିଲା।ଏସ୍.ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘RRR’ ବିଶ୍ୱ ସ୍ତରରେ ୧,୨୦୦ କୋଟି ଟଙ୍କା ବ୍ୟବସାୟ କରିଛି। ରିଲିଜ୍‌ ପୂର୍ବରୁ ଓ ରିଲିଜ୍‌ ପରେ ଏହାକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ତେଲୁଗୁ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ହିନ୍ଦୀକୁ ମିଶାଇ ସାରା ଦେଶର ୩ ହଜାରରୁ ଅଧିକ ସ୍କ୍ରିନରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା।ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ରାଜାମୌଲିଙ୍କ ଫିଲ୍ମ ‘RRR’ ହେଉଛି ଆଉ ଏକ ହାଇବଜେଟ୍‌ ଫିଲ୍ମ। ୩୩୦ କୋଟିରୁ ଅଧିକ ଟଙ୍କା ଥିଲା ଏହାର ବଜେଟ। ସବୁଠୁ ବଡ଼ କଥା ହେଉଛି, ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଏହା ଖର୍ଚ୍ଚ ରାଶି ବାହାର କରି ନେଇଥିଲା। ଫିଲ୍ମ ଓ ଗୀତ ରାଇଟସ୍ ୪୫୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା। ଫିଲ୍ମର ଗୀତ ନାଟୁ ନାଟୁ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ମନୋନୀତ ହୋଇଥିଲେ। ଏହା ସହିତ, ବ୍ଲାକ୍ ପାନ୍ଥର୍ ଫିଲ୍ମରୁ ଲିଫ୍ଟ ମି ଅପ୍, ଟପ୍ ଗନ୍ ମାଭେରିକ୍ ଠୁ ଗୋଲଡ଼ ମାଇ ହ୍ୟାଣ୍ଡ ମନୋନୀତ ହୋଇଥିଲା। ଗୁଜରାଟୀ ଚଳଚ୍ଚିତ୍ର ଦି ଛେଲୋ ସୋ ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଓସ୍କାର ପାଇଁ ନାମାଙ୍କନ ପାଇଁ ପଠାଯାଇଥିଲା କିନ୍ତୁ ଏହି ଚଳଚ୍ଚିତ୍ରର ଯାତ୍ରା ଅଧିକ ଆଗକୁ ଯାଇପାରିଲା ନାହିଁ। ଏଥି ସହିତ ଆରଆରଆର ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲି ତାଙ୍କ ଫିଲ୍ମକୁ ଓସ୍କାର ପାଇଁ ପଠାଯାଇ ନ ଥିବାରୁ ନିରାଶ ମଧ୍ୟ ହୋଇଥିଲେ। ତେବେ ୨୦୨୩ ମସିହାରେ ଭାରତ ପ୍ରଥମ ଥର ପାଇଁ ଓସ୍କାର ପାଇଲା ଓ ଦେଶ ଗୋଟିଏ ନୁହେଁ ଦୁଇଟି ପୁରସ୍କାର ଜିତିଲା। ଏହା ଠାରୁ ଆଉ ଅଧିକ ଖୁସି କଣ ହୋଇପାରେ ଭାରତୀୟ ଫିଲ୍ମ ଜଗତ ପାଇଁ |

Leave a Reply

Your email address will not be published. Required fields are marked *