ବାଲେଶ୍ୱରରେ ଜବତ 20ଟି ଡିଜେ ଗାଡି

ବାଲେଶ୍ୱର: ମାନିଲେନି ନିୟମ ସିଜ ହେଲା 20ଟି ଡିଜେ । ବାଲେଶ୍ୱରରେ ନିୟମ ଉଲ୍ଲଙ୍ଘନ ପାଇଁ ସିଜ ହେଲା 20ଟି ଡିଜେ । ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନିୟମ ଉଲ୍ଲଙ୍ଘନ କରିବାରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଭସାଣିରେ ଡିଜେ ବଜାଇବାରୁ 20ଟି ଡିଜେ ଗାଡି ସିଜ କରିଛି ବାଲେଶ୍ୱର ପୋଲିସ । ନିୟମ ଉଲ୍ଲଙ୍ଘନ କରିବାରୁ ଦୁଇଟି କ୍ଲବ ବିରୁଦ୍ଧରେ ହୋଇଛି ମାମଲା ରୁଜୁ ।
ଅତି ତୀବ୍ର ସାଉଣ୍ଡ ପାଇଁ ଚଢ଼ାଉ କରି ଡିଜେ ଜବତ କଲା ବାଲେଶ୍ୱର ପ୍ରଶାସନ । ଶାନ୍ତି କମିଟି ଓ ଜିଲ୍ଲା ପ୍ରଶାସନର ନିୟମକୁ ଉଲଙ୍ଘନ କରିବାରୁ ହୋଇଥିଲା ଅଭିଯୋଗ । ତେବେ ଆଗାମୀ ଭସାଣିରେ ବାଲେଶ୍ୱରରେ ଡିଜେ କରାଯିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା । ଭସାଣିରେ କେବଳ 4ଟି ବକ୍ସ ବ୍ୟବହାର କରାଯାଇପାରିବ ବୋଲି ବାଲେଶ୍ୱର ଜିଲ୍ଲାପାଳଙ୍କ ସୂଚନା ।

Leave a Reply

Your email address will not be published. Required fields are marked *