ମହିଳା ମାନଙ୍କୁ ସମ୍ମାନ ଦେବା ଶିଖିନାହିଁ ବିଜେଡି

ଭୁବନେଶ୍ୱର : ଔଷଧ ବିକଳରେ ତାଟିଆ କାମୁଡିବା ଭଳି ବିଜେଡି ନିର୍ବାଚନରେ ହାରିବା ପରେ ଏବେ ଆକ୍ରୋଶ ଭାବ ପ୍ରଦର୍ଶନ କରୁଛି। ଆଜି ବିଧାନସଭାରେ ଅରାଜକତା ଓ ବିଶୃଙ୍ଖଳା ର ସବୁ ସୀମା ଟପିଯାଇଛି ବିଜେଡି। ଗୃହର ମର୍ଯ୍ୟାଦାକୁ ଦଳି ମକଚି ଆଜି ଗୃହର ଗାରିମା କୁ କ୍ଷୂର୍ଣ୍ଣ କରିଛନ୍ତି ବିରୋଧୀ ବିଜେଡି ବିଧାୟକ ମାନେ । ମହିଳା ବାଚସ୍ପତି ସୁରମା ପାଢୀଙ୍କ ଆଗରେ ବିଜେଡିର ବିଧାୟକ ମାନେ ବିଶୃଙ୍ଖଳିତ ଆଚରଣ କରିଛନ୍ତି। ବିଧାନସଭା ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନରୁ ହିଁ ଗୃହରେ ହଟ୍ଟଗୋଳ କରିଆସୁଥିଲା ବିଜେଡି। ଆଉ ଆଜି ଜଣେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ବିଧାୟକ ମାନେ ଉଦ୍ୟମ କରିଥିଲେ। ବିଜେଡି ରାଜ୍ୟରେ ମଦ ମୃତ୍ୟୁ ମାମଲାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ମଧ୍ୟ ଗୃହରେ ତୁମୁଳକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ହିଁ ବିଜେଡି ସଦସ୍ୟ ମାନେ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହୋହଲ୍ଲା କରିଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଯାଇଥିଲେ। ତେବେ ବିଜେଡିର ଏଭଳି ଆଚରଣକୁ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ନିନ୍ଦା କରିବା ସହ ବିରୋଧୀ ସତ୍ୟର ସାମ୍ନା କରିବାକୁ ଡରୁଛନ୍ତି ବୋଲି ସେ କହିଛନ୍ତି । ଏହାଛଡା ବିଜେଡି ମହିଳା ବାଚସ୍ପତି ଏବଂ ରାଜ୍ୟରେ ମହିଳା ମାନଙ୍କୁ ସମ୍ମାନ ଦେଇ ଜାଣିନାହିଁ ବୋଲି ସେ କହିଛନ୍ତି । ତେବେ ଜବାବରେ ବିଜେଡି ବିଧାୟକ ମାଧବ ଧଡା କହିଛନ୍ତି ଆମେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ ପ୍ରଦର୍ଶନ କରିଛୁ ଏବଂ କାହାକୁ ଅସମ୍ମାନ କରିନାହୁଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *