ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ହ୍ରାସ କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ତେବେ ଦୁର୍ଭାଗ୍ୟର ବିଷୟ ହେଉଛି ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଅବଗତ ଥିଲେ ମଧ୍ୟ ଏହାକୁ ପାଳନ କରୁନାହାନ୍ତି। ୨୦୨୪ରେ ରାଜ୍ୟରେ ହୋଇଥିବା ସଡ଼କ ଦୁର୍ଘଟଣା ଓ ତତଜନିତ ମୃତ୍ୟୁସଂଖ୍ୟା ବିଶ୍ଲେଷଣରୁ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି।
ସଡ଼କ ସୁରକ୍ଷା ନିୟମ ପାଳନର ପ୍ରାଥମିକ ସ୍ତର ହେଉଛି ଦୁଇ ଚକିଆରେ ଦୁଇରୁ ଅଧିକ ନ ଯିବା ଏବଂ ଉଭୟ ଚାଳକ ଓ ଆରୋହୀ ହେଲମେଟ୍ ନିଶ୍ଚୟ ପିନ୍ଧିବା। ଏ କଥା ପ୍ରାୟ ସମସ୍ତେ ଜାଣିଛନ୍ତି। କିନ୍ତୁ ହେଲମେଟ୍ ପିନ୍ଧିବାରେ ଅବହେଳା କରିବା ମହଙ୍ଗା ସାବ୍ୟସ୍ତ ହେଉଛି। ତାହା ୨୦୨୪ର ଦୁର୍ଘଟଣା ତଥ୍ୟରୁ ସାମ୍ନାକୁ ଆସିଛି। ସଡ଼କ ଦୁର୍ଘଟ ଘଟଣାଜନିତ ମୃତ୍ୟୁର କାରଣ ଅନୁଧ୍ୟାନରୁ ଜଣାପଡ଼ିଛି, ଦୁଇ ଚକିଆ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ତେବେ ସବୁଠୁ ବଡ଼ କଥା ହେଉଛି ଛି, ଗତବର୍ଷ ହେଲ ହେଲମେଟ ନ ପିନ୍ଧିବା କାରଣରୁ 6614 ମୃତ୍ୟୁ ଘଟିଛି। ୨୦୨୪ରେ ରାଜ୍ୟରେ ଯାନରେ ୫୪୯୦ ଦୁର୍ଘଟଣା ଘଟିଥିବା ବେଳେ ୩୦୧୭ ଜୀବନହାନି ଘଟିଛି।
୨୦୨୪ ବର୍ଷରେ ୭,୮୯,୦୧୫ଟି ହେଲମେଟ୍ ନିୟମ ଉଲ୍ଲଙ୍ଘନ ଚିହ୍ନଟ କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଗକୁ ହେଲମେଟ୍ ବ୍ୟବହାର ଉପରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି ଏବଂ ଏନଫୋର୍ସମେଣ୍ଟ ବୃଦ୍ଧି ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପଭି ନେଇଛି। ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ ପାଇଁ ଦୁର୍ଘଟଣାର କାରଣ ଗୁଡ଼ିକର ଅନୁଧ୍ୟାନ କରି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବ ଦିଆଯାଇଛି।