ଧର୍ମଶାଳା ପଞ୍ଚାୟତ ସମିତି ର ୧୧ତମ ସାଧାରଣ ଅଧିବେଶନ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ ପଦବୀରୁ ଇସ୍ତଫା ଦେବା ଓ ନୂତନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଥମ ଅଧିବେଶନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିଲା । ପଞ୍ଚାୟତ ସ୍ତରୀୟ ସମସ୍ତ ସରପଞ୍ଚ ବିଡିଓ ଜ୍ୟୋତିର୍ମୟ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ ଶେଖର ସାହୁ, ଧର୍ମ ଶାଳା ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାଶ, ବ୍ଳକ ଅଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ପ୍ରମୁଖ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତେବେ ବିଶେଷ ଭାବେ ଗ୍ରାମାଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ମରାମତି କରିବା ସହିତ ପାନୀୟ ଜଳ, ଇଲେକ୍ଟ୍ରିସିଟି, ରାଜସ୍ଵ, ପ୍ରଧାନମନ୍ତ୍ରୀ ଆବାସ ଗୃହ ଉପରେ ଆଲୋଚନା କରାଯାଇ ଯଥାଶିଘ୍ର ସମସ୍ୟା ଗୁଡିକର ସମାଧାନ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା ।
ଧର୍ମଶାଳା ପଞ୍ଚାୟତ ସମିତିର ୧୧ତମ ସାଧାରଣ ଅଧିବେଶନ
