ୱାର୍ଲ୍ଡ ବାଇସାଇକେଲ୍ ଡେ

ଫୋକସ ପ୍ଲସ ୩/୬/୨୨(ପାରାଦ୍ବୀପ): ଆଜି ବିଶ୍ଵ ବାଇସାଇକେଲ ଦିବସ,ଏହି ଅବସରରେ ବନ୍ଦର ନଗରୀ ପାରାଦୀପ ରେ ପାଳିତ ହୋଇଛି ବିଶ୍ଵ ବାଇସାଇକଲ ଦିବସ, ଏହି ଦିବସ ପାରାଦ୍ବିପରେ ଗଢିଉଠିଥିବା ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଆହ୍ଵାନ କମ୍ବାଇନ୍ସ୍ ଓ ସତାଭିକ୍ ସୋଲ ର ମିଳିତ ପ୍ରୟାସରେ ସାଇକେଲ୍ ଶୋଭାଯାତ୍ରା ହୋଇଥିଲା, ଏହି ସାଇକେଲ୍ ଶୋଭାଯାତ୍ରା ରେ ସ୍ଥାନୀୟ ଯୁବକ ଯୁବତୀ ଓ ପାରାଦ୍ବୀପ ବନ୍ଦର ର ବରିଷ୍ଠ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ, ସୋଭାଯାତ୍ରା ପାରାଦ୍ବୀପ ର ଶ୍ରମିକ ଭବନ ଠାରୁ ସହର ପରିକ୍ରମା କରାଯାଇ ସମୁଦ୍ର କୂଳ ପର୍ଯ୍ୟନ୍ତ ଯାଇଥିଲେ | ଆଜିର ଦିନରେ ଆହେତୁକ ତୈଲ ଦର ବୃଦ୍ଧି ସମୟରେ ସାଇକେଲ୍ ଚାଲାଇବା ଦ୍ବାରା ଦୈନିକ ପେଟ୍ରୋଲ ଡିଜେଲ୍ କୁ ବଞ୍ଚାଇ ଆଗାମୀ ପିଢି ପାଇଁ ରଖିଯାଇପାରିବ ଏଥି ସହିତ ଆମେ ନିଜକୁ ମଧ୍ୟ ଫିଟ୍ ରଖିପାରିବା ବୋଲି କହିଛନ୍ତି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିବା ବରିଷ୍ଠ ଅଧିକାରୀ ଓ ସଂଗଠନର କର୍ମ କର୍ତାମାନେ |

ପାରାଦ୍ବୀପ ରୁ ମନୋଜ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *