୯ ବର୍ଷ ହେଲା ନନ୍ଦନକାନନରେ ଗଣ୍ଡା ଦେଖାନାହିଁ।

ବିଶ୍ୱ ଗଣ୍ଡା ଦିବସ। ଗଣ୍ଡା ବଂଶର ସୁରକ୍ଷା ଓ ସଂରକ୍ଷଣ ଲାଗି ୨୦୧୦ ସେପ୍ଟେମ୍ବର ୨୨ ତାରିଖରୁ ଏହି ଦିବସ ସାରା ବିଶ୍ବରେ ପାଳନ କରାଯାଉଛି। ବିଶ୍ୱ ବନ୍ୟପ୍ରାଣୀ ସଂସ୍ଥା(ଡବ୍ଲ୍ୟୁ ଡବ୍ଲ୍ୟୁ ଏଫ୍) ପ୍ରଥମେ ଦକ୍ଷିଣ ଆଫ୍ରିକାରେ ସଚେତନତା ଦିବସ ଭାବେ ଏହି ଦିବସ ପାଳନ କରିଥିଲା। ତେଣୁ ଆସନ୍ତାକାଲି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ମଧ୍ୟ ଏହି ଦିବସ ପାଳନ କରାଯିବ। କିନ୍ତୁ ପରିତାପର କଥା ୯ବର୍ଷ ହେଲା ନନ୍ଦନକାନନରେ ଗଣ୍ଡା ନାହାନ୍ତି। ଗଣ୍ଡା ଖୁଆଡ଼ ଖାଲି ପଡ଼ିଛି। ତେଣୁ ଆସନ୍ତାକାଲି ନନ୍ଦନକାନନର ବିଶ୍ବ ଗଣ୍ଡା ଦିବସ ଏକପ୍ରକାର ଫିକା ପଡ଼ିଯିବ ବୋଲି ଚର୍ଚ୍ଚା ହେଉଛି। 

Leave a Reply

Your email address will not be published. Required fields are marked *