୭ ମିନିଟ ୫ ହଜାର ୩୯୫ ଥର ବଜ୍ରପାତ ?

ଫୋକସ ପ୍ଲସ(ବ୍ୟୁରୋ)୨୧/୦୪ : ଗତ ତିନି ଦିନ ହେଲା କୋରାପୁଟ ଜିଲ୍ଲାରେ ଭୀଷଣ ବଜ୍ରପାତ ଘଟୁଛି। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ବେଳେ ଭୟ ବଢ଼ାଇଛି ବଜ୍ରପାତ। କୋରାପୁଟ ଜିଲ୍ଲାରେ ୭ ମିନିଟ ମଧ୍ୟରେ ୫ ହଜାର ୩୯୫ ଥର ବଜ୍ରପାତ ହୋଇଛି । କେନ୍ଦ୍ର ସରକାରଙ୍କ ଦାମିନୀ ଆପରୁ ଏହି ସୂଚନା ମିଳିଛି। କୋରାପୁଟ ଜିଲ୍ଲାର ବୈପାରିଗୁଡା, କୋରାପୁଟ, ଜୟପୁର, ସେମିଳିଗୁଡା, ନନ୍ଦପୁର, ଲମତାପୁଟ ଅଞ୍ଚଳରେ ୫ ହଜାର୩୯୫ରୁ ଅଧିକ ବଜ୍ରପାତ ହୋଇଥିବା ବେଳେ ଏହା କେତେ ଘାତକ ହୋଇପାରେ ତାହା ଜିଲ୍ଲା ଜରୁରୀକାଳୀନ ବିଭାଗର ରିପୋର୍ଟକୁ ଅପେକ୍ଷା କରାଯାଇଛି।୬ ତାରିଖରେ କୋରାପୁଟ ଜିଲ୍ଲାରେ କୋରାପୁଟ ଜିଲ୍ଲାରେ ମାତ୍ର ୩୦ ମିନିଟ୍ ମଧ୍ୟରେ ୩ ହଜାର ୭୬୨ ଥର ବଜ୍ରପାତ ହୋଇଥିଲା ବେଳେ ୭ ତାରିଖରେ ୨୫୭୩ ଥର ବଜ୍ରପାତ ଘଟିଛି। ପୂର୍ବରୁ ଓଡ଼ିଶାରେ ମାତ୍ର ଅଧ ଘଣ୍ଟା ମଧ୍ୟରେ ଗୋଟିଏ ଅଞ୍ଚଳରେ ୫ ହଜାରରୁ ଅଧିକ ଥର ବଜ୍ରପାତ ସର୍ବକାଳୀନ ରେକର୍ଡ ରହିଥିବାବେଳେ କୋରାପୁଟ ଜିଲ୍ଲା ଏହାର ପାଖାପାଖି ସଂଖ୍ୟାକୁ ଆଜି କାଟିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଦୁଇ ଦିନ ଯାଏ କୋରାପୁଟ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଦିଆଯାଇଥିବାବେଳେ ଏହି ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି । ସବୁ ଠାରୁ ଗୁରୁତ୍ୱ ପୂନ୍ନ ସୂଚନା ଏହି ବଜ୍ରପାତ ରେ କାହାର କୌଣସି ଅସୁବିଧା ହୋଇନାହିଁ |

Leave a Reply

Your email address will not be published. Required fields are marked *