୭୫ କିଲୋ ଭାଙ୍ଗ ଜବତ ।

ଫୋକସ ପ୍ଲସ 13/12/2022(ଯାଜପୁର): ଦିବ୍ୟାଙ୍ଗଙ୍କୁ ମୋହୋରା କରି ଚାଲିଥିଲା ଭାଙ୍ଗ ବେପାର ଧରିନେଲା ଅବକାରୀ ବିଭାଗ l ଯାଜପୁର ରୋଡ ଷ୍ଟେସନ ବଜାରର ଏକ ହୋଟେଲ ପାଖରୁ ଗତ କାଲି ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଡୋଲିପୁର ଅବକାରୀ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା l ଏହି ବିଭାଗର ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ କିଛି ଦିବ୍ୟାଙ୍ଗ ପାଖରୁ ଜଣେ ଭାଙ୍ଗ ବେପାରୀଙ୍କୁ ୭୫ kg ଭାଙ୍ଗ ସହ ଗିରଫ କରିଥିଲା l ତେବେ ଦିବ୍ୟାଙ୍ଗ ଙ୍କୁ ପଚରା ଉଚୁରା କରାଯାଇ ତାଙ୍କୁ ଛାଡି ଦିଆଯାଇଥିଲା l ତେବେ ଏହି ଭାଙ୍ଗକୁ ସୁଦୂର ବିହାରରୁ ଯାଜପୁର ଟାଉନ କୁ ଯିବା ବାଟରେ ଧରିଥିଲା ପୋଲିସ l ଅଭିଯୁକ୍ତ କୈଳାଶ ଚନ୍ଦ୍ର ଜେନା ୬୬ ବର୍ଷ ହୋଇଥିବା ବେଳେ ସେ ଯାଜପୁର ଟାଉନ ମଙ୍ଗଳପୁର ଥାନା ଅନ୍ତର୍ଗତ କନିକା ପଡ଼ାର ଜଣେ କୁଖ୍ୟାତ ଆନ୍ତରାଜ୍ୟ ଅବକାରୀ ବେପାରୀ ବୋଲି ଜଣା ପଡିଛି lଏହି ସ୍ଵତନ୍ତ୍ର ଟିମରେ ଡୋଲିପୁର ଅବକାରୀ ବିଭାଗ ର ସୁଭସ୍ମିତା ପ୍ରଧାନ,କ୍ଷୀରୋଦ କୁମାର ସାହୁ, ବିପିନ କୁମାର ପ୍ରଧାନ ଓ ଭରତ କୁମାର ମିଶ୍ରଙ୍କ ମିଳିତ ଉଦ୍ୟମରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଯାଜପୁର ରୋଡ ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବାରୁ ଏଠାରେ ବର୍ତ୍ତମାନ ଜାତୀୟ ଓ ଅନ୍ତର୍ଜାତୀୟ ଅବକାରୀ ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଯାହାର ମୂଳ ଉତ୍ପାଟନ ପାଇଁ ଅବକାରୀ ବିଭାଗ ନିଜର ତତ୍ପରତା ଦେଖାଇଛି l

Leave a Reply

Your email address will not be published. Required fields are marked *