୭ମାସର ଝିଅକୁ କଚାଡି ମାରିଲା, କେଉଁ ଭଳି ବାପା!

ମଦ୍ୟପ ବାପାର ନୃଶଂସ କାଣ୍ଡ । ସ୍ୱାମୀ-ସ୍ତ୍ରୀଙ୍କ ଝଗଡାରେ ବଳି ପଡିଛି ୭ମାସର ଶିଶୁ କନ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ । ମୟୂରଭଞ୍ଜର ସଞ୍ଜୟ ଚାତାର ଶ୍ୱଶୁର ଘର କଣ୍ଟାପାଳରେ ରହି ଶ୍ରମିକ ଭାବେ କାମ କରୁଥିଲା । ଗତ କିଛି ମାସ ହେବ କିଛି କାମଧନ୍ଦା ନରକି ଘରେ ବସିବା ସହ ମଦ୍ୟ ପାନ କରୁଥିଲା । ଏହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଥିଲା । ସ୍ତ୍ରୀ ଉପରେ ରାଗି ଯାଇ ମଦ୍ୟପ ସଞ୍ଜୟ ନିଜର ୭ମାସର ଶିଶୁ କନ୍ୟାକୁ ଗାଁ ଦାଣ୍ଡରେ କଚାଡି ଦେଇଥିଲା ।

ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଯାଇଛି । ଏଭଳି ନୃଶଂସ କାଣ୍ଡପରେ ଛୁଆକୁ ରକ୍ଷା କରିବାକୁ ଯାଇ ସ୍ୱାମୀ ପେଟରେ କାଚ ବୋତଲ ଭୁସିଦେଲା ସ୍ତ୍ରୀ । ଏଥିରେ ସଞ୍ଜୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । କଙ୍କଡାହାଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *