୪ ଲକ୍ଷ ଟଙ୍କାର ଜାଲ୍ ନୋଟ ଜବତ, ବଜାରରେ ବୁଲୁଛି ଦେଢ଼ ଲକ୍ଷରୁ ଅଧିକ!

ବିନିକା: ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ
ସୁବର୍ଣ୍ଣପୁର ବିନିକାରୁ ୪ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ

ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ୍ ଜବତ

୮୦୩ ଗୋଟି ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ

୩ ଅଭିଯୁକ୍ତଙ୍କୁ ଗିରଫ କଲା ବିନିକା ପୁଲିସ

ସୁବର୍ଣ୍ଣପୁର ଜିଲ୍ଲା ବିନିକାରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ । ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ କଲା ପୋଲିସ । ଜବତ ଜାଲ୍ ନୋଟ୍ ସବୁ ୫୦୦ ଟଙ୍କିଆ ନୋଟ୍। ମାମଲାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ୩ଟି ମୋବାଇଲ୍ ଜବତ ହୋଇଛି । ଅଭିଯୁକ୍ତମାନେ ୨ ଲକ୍ଷର ଜାଲ୍ ନୋଟ୍ ମାର୍କେଟକୁ ଛାଡ଼ିଥିବା ଏସପି ସୂଚନା ସୂଚନା ଦେଇଛନ୍ତି । ତେବେ କେଉଁଠୁ ଏ ଜାଲ୍ ନୋଟ୍ ଆସିଥିଲା, କେଉଁ କେଉଁ ସହରକୁ ଜାଲ୍ ନୋଟ୍ ଚେର ଲମ୍ବିଛି ଏବଂ କିଏ ଏହାର ମାଷ୍ଟରମାଇଣ୍ଡ ସେନେଇ ତନାଘନା ଚଳାଇଛି ପୋଲିସ ।  

Leave a Reply

Your email address will not be published. Required fields are marked *