ଫୋକସ ପ୍ଲସ (ବ୍ୟୁରୋ):ଉଚ୍ଚତା ଏବଂ ମହାସାଗରର ଗଭୀରତା, ବା ବାଥାଇମେଟ୍ରିର ଏକ ମାନଚିତ୍ର, ଜେଲାଣ୍ଡିଆର ମାଇକ୍ରୋ କଣ୍ଟିନେଣ୍ଟକୁ ପ୍ରକାଶ କରିଥାଏ | ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଏବଂ ଆଣ୍ଟାର୍କଟିକା ମାଳଦ୍ୱୀପରୁ ଜେଲାଣ୍ଡିଆ ବିଚ୍ଛିନ୍ନ ହୋଇଥିଲା। ହାଲୁକା ନୀଳ ରଙ୍ଗରେ ଏକ ବୃହତ ମାଳଦ୍ ସେଲଫ୍ ଚିତ୍ରିତ ହୋଇଛି ଯାହା ଦକ୍ଷିଣ-ପୂର୍ବରେ ଜେଲାଣ୍ଡର ବୃହତ୍ତମ ସ୍ଥଳଭାଗ, ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ଏବଂ ଉତ୍ତର ଦ୍ୱୀପପୁଞ୍ଜ ଏବଂ ଉତ୍ତର-ପଶ୍ଚିମ ଦିଗରେ ନ୍ୟୁ କାଲେଡୋନିଆ ସୃଷ୍ଟି କରୁଥିବା ଦ୍ୱୀପପୁଞ୍ଜକୁ ବିସ୍ତୃତ ହୋଇଛି |
ସାରା ବିଶ୍ୱ ପାଇଁ ସତର୍କ ଘଣ୍ଟି । ବିଶ୍ୱ ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବ ବୃହତ୍ତମ ପ୍ରଶାନ୍ତ ମହାସାଗର । ଏପରି ଆକଳନ କରିଛନ୍ତି ଅଷ୍ଟ୍ରେଲିଆର କାର୍ଟିନ୍ ୟୁନିଭରସିଟିର ବୈଜ୍ଞାନିକ ।ବୈଜ୍ଞାନିକଙ୍କ କହିବା ମୁତାବକ, ଭବିଷ୍ୟତରେ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ ପ୍ରଶାନ୍ତ ମହାସଗାର । ଅବଶ୍ୟ ଏଥିରେ ଦୀର୍ଘ ଦିନ ବାକି ଅଛି । ବିଶ୍ୱର ସର୍ବ ପୁରାତନ ଓ ସର୍ବ ବୃହତ ମହାସାଗର ଆଗକୁ ୩୦ କୋଟି ବର୍ଷ ଧରିତ୍ରୀରେ ରହିବ । ଏହାପରେ ଧୀରେ ଧୀରେ ଏହାର ଜଳସ୍ତର କମିକମି ଯିବ ।
ପୃଥିବୀର ସମସ୍ତ ଟେକ୍ଟୋନିକ ପ୍ଲେଟ୍ସ ନିକଟତର ହେଉଛନ୍ତି । ଏସବୁ ପ୍ଳେଟ୍ ପରସ୍ପର ସହ ଧକ୍କା ହେବେ । ଫଳରେ ସୃଷ୍ଟି ହେବ ଏକ ବିଶାଳ ଭୂଖଣ୍ଡ । ହେଲେ ଏହି ବିଶାଳ ଭୂଖଣ୍ଡ ସୃଷ୍ଟି ହେବା ପୂର୍ବରୁ ପ୍ରଶାନ୍ତ ମହାସାଗର ଶେଷ ହୋଇଯିବ । ଧିରେ ଧିରେ ଏହାର ଆକାର କମିବାରେ ଲାଗିବ । ପ୍ରତି ବର୍ଷ ପ୍ରଶାନ୍ତ ମହାସାଗରର କିଛି କିଛି ସେଣ୍ଟିମିଟର କମି କମି ଯାଉଛି ।
ପ୍ରଶାନ୍ତ ମହାସାଗରରେ ଅନେକ ସବଡକସନ୍ ଜୋନ୍ ରହିଛି । ଏଥିପଇଁ ଏହି ଅଞ୍ଚଳକୁ ରିଙ୍ଗ ଅଫ୍ ଫାୟାର ବୋଲି କୁହାଯାଏ । ଏହି ସ୍ଥାନ ଠିକ୍ ବାଥ୍ ରୁମର ଡ୍ରେନେଜ୍ ସିଷ୍ଟମ୍ ପରି । ଟେକ୍ଟୋନିକ୍ ପ୍ଲେଟ୍ ପରସ୍କର ସହ ଧକ୍କା ଖାଇ ଯେବେ ମହାଦେଶ ଗୁଡିକ ଏକାଠି ହେବେ ରିଙ୍ଗ ଅଫ୍ ଫାୟାରର ସବୁ ପାଣି ଭୂଗର୍ଭକୁ ଚାଲିଯିବ ।
ବୈଜ୍ଞାନିକଙ୍କ ଗବେଷଣାର ତଥ୍ୟ ଅନୁସାରେ ପ୍ରତି ବର୍ଷ ପ୍ୟାସିଫିକ୍ ପ୍ଳେଟ୍ କିଛି କିଛି ସେଣ୍ଟିମିଟର ୟୁରେସିଆନ୍ ପ୍ଲେଟ୍ ଓ ଇଣ୍ଡୋ ଅଷ୍ଟ୍ରେଲିଆନ୍ ପ୍ଲେଟ୍ ଆଡକୁ ଗତି କରୁଛି । ଫଳରେ ଉତ୍ତର ଆମେରିକା, ଏସିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୂରତା ମି କମି ଯାଉଛି । ଏହାର ଅର୍ଥ ଦିନେ ଏ ମହାଦେଶ ଗୁଡିକ ମିଶି ଏକ ବିଶାଳ ଭୂଖଣ୍ଡ ସୃଷ୍ଟି ହେବ । ମହାଦେଶ ଗୁଡିକ ମଧ୍ୟରେ ଏବେ ଯେଉଁ ପ୍ରଶାନ୍ତ ମହାସାଗର ରହିଛି ତାହା ଶୁଖିଯାଇ କେବଳ ମହାଦେଶର ଚାରିପଟେ ସୀମିତ ରହିବ ବୋଲି କାର୍ଟିନ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି । ଆଉ କିଛି ଗବେଷକ କହିଛନ୍ତି ଯେ, ୪ଟି ନୁହେଁ ବରଂ ଆମେରିକା ଓ ଏସିଆ ଏକାଠି ହୋଇଯିବେ, ଯାହାକୁ ଆମେସିୟା ସୁପର କଣ୍ଟିନେଣ୍ଟ ବୋଲି କୁହାଯିବ ।
ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବୈଜ୍ଞାନିକ ଚୁଆନ୍ ହୁଆଙ୍ଗ କହିଛନ୍ତି ଯେ, ପ୍ରତି ୬୦ କୋଟି ବର୍ଷରେ ମହାଦ୍ୱୀପମାନେ ପରସ୍ପର ସହ ଏକାଠି ହୁଅନ୍ତି । ନୂଆ ସୁପରକଣ୍ଟିନେଣ୍ଟ ସୃଷ୍ଟି କରନ୍ତି । ଏହି ପ୍ରକ୍ରିୟାକୁ ସୁପରକଣ୍ଟିନେଣ୍ଟ ସାଇକେଲ କୁହାଯାଏ । ଏହିକ୍ରମରେ ସବୁଠୁ ବଡ ମହାସାଗର ଶୁଷ୍କ ହୋଇଗଲେ ଏହାର ପ୍ରକୋପରେ ପୃଥିବୀର କ’ଣ କ୍ଷତି ହେବ ଏହା ଊଣାଅଧିକ ସମସ୍ତେ ଅନୁମାନ କରିପାରୁଥିବେ । ପୃଥିବୀରେ ଭୂଗର୍ଭର ଜଳସ୍ତର କମିଯିବ । ଏହାସହ ପୃଥିବୀ ଏକପ୍ରକାର ମରୁଭୂମିରେ ବଦଳିଯାଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି ।