୪ କ୍ୱିଣ୍ଟାଲ୨୯ କେଜି ଗଞ୍ଜେଇ ଜବତ ସହ ୧୦ ଗିରଫ

ଫୋକସ ପ୍ଲସ 28/5/22(କଳାହାଣ୍ଡି): କଳାହାଣ୍ଡି ସୀମାନ୍ତ ମହୁଲପାଟଣା ଘାଟି ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଜୟପାଟଣା ଥାନା ପୁଲିସ ୧୦ଜଣଙ୍କୁ ଗିରଫ କରିଛି l ସେମାନଙ୍କ ଠାରୁ ୪ କ୍ରିଣ୍ଟାଲ ୨୯ କିଲୋ ଗଞ୍ଜେଇ ଜବତ କରିଛି l ପୁଲିସର ସୂଚନା ଅନୁଯାୟୀ ରାତିରେ ମୁଖୀଗୁଡା ମହୁଲପାଟଣା ଘାଟିରେ ପାଟ୍ରୋଲିଂ କରୁଥିବା ବେଳେ ପୁଲିସ ଟିମ୍ ଏକ ପିକଅପ୍ ଭେନ କୁ ସନ୍ଦେହ କରି ପିଛା କରି ପ୍ରତାପପୁର ନିକଟରେ ଉକ୍ତ ଗାଡ଼ିକୁ ଅଟକାଇଥିଲା l ସେଥିରୁ ୪ କ୍ରିଣ୍ଟାଲ ୨୯ କେଜି ଗଞ୍ଜେଇ ଜବତ କରିବା ସହ ପିକଅପ ଭେନ କୁ ଆସ୍କଟ ଦେଉଥିବା ସହଯୋଗୀ ବୋଲରୋ ଓ ମୋଟର ସାଇକେଲ କୁ ଧରିଥିଲା l ଗିରଫ ଅଭିଯୁକ୍ତମାନେ କୋକସରା ଥାନା ଅଞ୍ଚଳର ମାଝୀଗୁଡା, ଦାବ୍ରିଗୁଡା ଓ ତେଣ୍ଡାପାଳିର ବୋଲି ଜଣାପଡିଛି । ଏନେଇ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି lକଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତ୍ରିଲୋକ୍ୟ ବେଶ୍ରା ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *