ଫୋକସ ପ୍ଲସ (ଗଞ୍ଜାମ) ୦୫/୦୭/୨୦୨୨: ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ କ୍ଷେତ୍ର ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ରେଳ ଓ ଟେକ୍ସଟାଇଲ ମନ୍ତ୍ରୀ (ସ୍ବାଧୀନ)
ଦର୍ଶନା ଜର୍ଦ୍ଦୋସ୍। ମନ୍ତ୍ରୀ ଖଲ୍ଲିକୋଟ ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ବିଜେପି ନେତା ଓ କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ସେଠାରୁ ମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଦଳାରେ ପହଞ୍ଚିଥିଲେ। କୋଦଳା ଦଣ୍ଡିଶ୍ୱର ମନ୍ଦିର ଛକରେ ବରିଷ୍ଠ ନେତା ରଞ୍ଜନ ପଲେଇ, କୋଦଳା ନଗରପାଳ ସୂର୍ଯ୍ୟ ନାରାୟଣ ନାୟକ, ପ୍ରମୋଦ କୁମାର ପଣ୍ଡା, ନୀଳ ବିଷୋୟୀଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହାପରେ ମନ୍ତ୍ରୀ କୋଦଳା ଡାକବଙ୍ଗଳା ଠାରେ ପହଞ୍ଚି କୋର୍ କମିଟି ବୈଠକ କରୁଥିବା ସୂଚନା ମିଳିଛି। ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ କରାଯିବାର ସୂଚନା ମିଳିଛି। ଆଜି ମନ୍ତ୍ରୀ କୋଦଳା ଡାକବଙ୍ଗଳାରେ ରାତ୍ରି ରହଣି କରିବା ସହ ଆସନ୍ତା କାଲି ସକାଳେ ପୋଲସରା ନିର୍ବାଚନ ମଣ୍ଡଳୀର ମାରଦା ଶରଣ ଶ୍ରୀକ୍ଷେତ୍ର ଯିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଏବଂ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଆସିକା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଂଗଠନିକ କାର୍ଯ୍ୟ ବୁଝିବା ସହ ୩ ଦିନିଆ ଗସ୍ତରେ ଅଛନ୍ତି ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍। ମନ୍ତ୍ରୀଙ୍କ ସହ ଆସିକା ଲୋକସଭା ପ୍ରାର୍ଥୀ ଅନୀତା ଶୁଭଦର୍ଶୀନି, ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଅରୁଣ ପଣ୍ଡା, ଅନୀଲ ପଣ୍ଡା, ପୂର୍ବତନ ଆସିକା ଲୋକସଭା ପ୍ରାର୍ଥୀ ତଥା ବିଜେପି ବରିଷ୍ଠ ନେତା ମହେଶ୍ବର ମହାନ୍ତି ପ୍ରମୁଖ ରହିଛନ୍ତି।
ଗଞ୍ଜାମ ରୁ ଦେବାଶିଷ ମହାରଣା ଙ୍କ ରିପୋର୍ଟ ଫୋକସ ପ୍ଲସ |