୩୦ ପେଟି ଦେଶୀ ମଦ ଓ ଦୁଇ ଚାରିଚକିଆ ଯାନ ଜବତ୍

ଫୋକସ ପ୍ଲସ(କୋଣାର୍କ)୦୬/୦୯/୨୦୨୨: ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ଙ୍କ ନେତୃତ୍ୱରେ ୪ ଜଣିଆ ଟିମି ଅଚାନକ ଚଢ଼ାଉ, ନୟାହାଟ ଫାଣ୍ଡି ଠାରୁ ମାତ୍ର ଅଳ୍ପ ଦୂର ନୟାହାଟ | କୋଣାର୍କ ରାସ୍ତା ର ମଧୂବନ ଛକ ଠାରୁ କିଛି ଦୁର ନିଛାଟିଆ ରାସ୍ତାରେ ବିଶେଷ ସୂତ୍ରରୁ ଖବର ପାଇ ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ଓ ସେମାନଙ୍କ ୪ ଜଣିଆ ଟିମ୍ ଚୋରା ଦେଶୀ ମଦ ସହ ଦୁଇଟି ୪ ଚକିଆ ଗାଡ଼ି , ଯାହାର ନମ୍ବର OR- 02- BJ- 7899 , OR- 02- AA- 0900 ଗାଡି ଜବତ କରିବା ବେଳେ ଜଣକୁ କାବୁ କରିଥିଲେ, ଅନ୍ୟ ଜଣେ ସେଠାରୁ ଚମ୍ପଟ ମାରିଥିବା ଦେଖିବାକୁ ମିଳିଥିଲା। ଗୋଟିଏ ଗାଡ଼ି ରୁ ୨୭ ପେଟି ଦେଶୀ ମଦ ଥିବାବେଳେ ଅନ୍ୟ ଏକ ଗାଡିରୁ ୩ପେଟି ଦେଶୀ ମଦ ଧରିଥିଲେ ନୟାହାଟ ପୋଲିସ।ତୁରନ୍ତ ନୟାହାଟ ଫାଣ୍ଡି ଅଞ୍ଚଳରେ ଯାଉଥିବା ସମସ୍ତ ଛକରେ ଚଢାଉ କରାଯାଇ ଚୋରା ମଦ ବ୍ୟବସାୟ ବନ୍ଦ କରିବାକୁ କହିଛନ୍ତି ନୟାହାଟ ଫାଣ୍ଡି ଅଧିକାରୀ ।

 

ପୁରୀ ଜିଲ୍ଲା କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *