ରାଉରକେଲା: ସହରରେ ଗଞ୍ଜେଇ ବେପାର ଦିନକୁଦିନ ବଢ଼ିବାରେ ଲାଗିଛି। ପୁଲିସ କେବଳ ଛୋଟଛୋଟ ବେପାରୀଙ୍କୁ କାବୁ କରିବାରେ ସକ୍ଷମ ହେଉଥିବାବେଳେ ବଡ଼ ବେପାରୀ ଅନାୟାସରେ ବେପାର କରୁଛନ୍ତି। ପ୍ଲାଣ୍ଟସାଇଟ୍ ପୁଲିସ ବୁଧବାର ୨ଟି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାଲେଶ୍ବର ରେମୁଣା ଅଞ୍ଚଳର ମୂଳନିବାସୀ ତଥା ରାଉରକେଲା ଶାନ୍ତିପଡ଼ାରେ ରହୁଥିବା ଗୌତମ ମହାଳିକ(୩୪), ଲହୁଣିପଡ଼ାର ରାକେଶ ଚୌଧୁରୀ(୩୭), ଯାଜପୁର ମଙ୍ଗଳପୁରର ମୂଳନିବାସୀ ତଥା ରାଉରକେଲା ପାୱାର ହାଉସ୍ ରୋଡ୍ ଅଞ୍ଚଳରେ ରହୁଥିବା ପ୍ରକାଶ ସ୍ବାଇଁ(୨୬) ଏବଂ ଓରାମ୍ପଡ଼ାର ବାଲିଧର ଲେଙ୍କା(୫୫)। ସେମାନଙ୍କ ଠାରୁ ମୋଟ ୨୩ କେଜି ୭୨୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
୨ ଲକ୍ଷର ଗଞ୍ଜେଇ ଜବତ, ୪ ବେପାରୀ ଗିରଫ
