ରାୟଗଡା18/12/2023; ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ସଦରରେ ରାଜରାଜୁଡା ଅମଳର ନେଳିଆବନ୍ଧର ପୁନରୁଦ୍ଧାର ହେଲେ ଏହା ଓଡ଼ିଶାର ସୌନ୍ଦର୍ଯ୍ୟ ପାଇଁ ପ୍ରଥମ ସ୍ଥାନ ହାସଲ କରିବ ୨୦ ଏକର ବିଶିଷ୍ଟ ନେଳିଆବନ୍ଧ ବିଷମକଟକ ବି ସହରର ମଧ୍ୟସ୍ଥଳୀରେ ଅବସ୍ଥିତ ରହିଛି। ଏ ଏହାର ସୌନ୍ଦର୍ଯ୍ୟକରଣ ବିଷମ କଟକ ପାଇଁ ବଡ଼ ସ୍ୱପ୍ନ ରହିଥିଲା। ରାଜ୍ୟ ସରକାର ବିଷମ କଟକ ସହରବାସୀଙ୍କ ସପ୍ନ ପୂରଣ କରିଛନ୍ତି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨କୋଟି ୯୮ଲକ୍ଷ ଟଙ୍କା ଙ୍କା ମଞ୍ଜୁର କରିଛନ୍ତି । ଗତ ଜୁଲାଇ ମାସ ୮ତ ତାରିଖ ଦିନ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ସଚିବ କାର୍ତ୍ତିକ ପାଣ୍ଡିଆନ ବିଷମ କଟକ ବ୍ଲକ ଗସ୍ତରେ ଆସିଥିବା ସମୟରେ ସେ ବିଷମ କଟକ ନେଳିଆ ବନ୍ଦର ପାରିପାର୍ଶ୍ବ ବୁଲି ଦେଖ୍ ଫେରିଥିଲେ । ଏହି ନେଳିଆ ବନ୍ଧ ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ଉପଲବ୍ଧ କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଶେଷରେ ଆଜି ରକ୍ତ ନେଳିଆ ବନ୍ଧର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ପ୍ରଶ୍ନ ପୁନରୁଦ୍ଧାର ନିମନ୍ତେ ନିମନ୍ତେ ଅନୁଦାନ ୨ କୋଟି ୯୮ଲକ୍ଷ କ୍ଷ ରାଶି ଘୋଷଣା । ହୋଇଛି। ୨୦ ଏକର ନେଳିଆ ବନ୍ଧର ସୌନ୍ଦର୍ଯ୍ୟକରଣର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଥିବାରୁ ସ୍ଥାନୀୟ ବିଷମ କଟକ ସହରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ଯକ୍ଷ କାର୍ଷିକ ପାଣ୍ଡିଆନ୍ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
୨ କୋଟି ୯୮ଲକ୍ଷ ଟଙ୍କା ଅନୁଦାନ ଦେଲେ ରାଜ୍ୟ ସରକାର |
