ଫୋକସ ପ୍ଲସ ୨/୨/୨୩(ବ୍ୟୁରୋ):ଶିଳ୍ପପତି ଗୌତମ ଅଦାନୀଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଆଦାନୀ ଗ୍ରୁପର ବଡ଼ ନିଷ୍ପତ୍ତି । ୨୦ହଜାର କୋଟିର ଏଫପିଓ ରଦ୍ଦ କଲା ଆଦାନୀ ଏଣ୍ଟରପ୍ରାଇଜେର୍ସ ଲିମିଟେଡ୍ । ଟଙ୍କା ଫେରିପାଇବେ ନିବେଶକ । ସେୟାର ମାର୍କେଟ ତଳ ଉପର ହେଉଥିବାରୁ କମ୍ପାନୀ ବୋର୍ଡ ଏଫପିଓ ରଦ୍ଦ ପାଇଁ ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି କମ୍ପାନୀ ଚେୟାରମ୍ୟାନ୍ ଗୌତମ ଆଦାନୀ । ନିବେଶକଙ୍କ ହିତକୁ ରକ୍ଷା କରିବାକୁ ଯାଇ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି । ଏଫପିଓରୁ ମିଳିଥିବା ଟଙ୍କା ନିବେଶକଙ୍କୁ ଫେରସ୍ତ କରାଯାଇଛି । କୌଣସି କମ୍ପାନୀ ପାଇଁ ଟଙ୍କା ଯୋଡିବାର ମାଧ୍ୟମ ହେଉଛି ଏଫପିଓ । ଯେଉଁ କମ୍ପାନୀ ପ୍ରଥମରୁ ସେୟାର ମାର୍କେଟରେ ତାଲିକାରେ ଥାଏ, ଇନଭେଷ୍ଟର୍ସଙ୍କ ପାଇଁ ନୂଆ ସେୟାର ଅଫର କରିଥାଏ । ସେୟାର ବଜାରରେ ଥିବା ସେୟାରଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ।ନିବେଶକମାନଙ୍କୁ ଅର୍ଥ ଫେରସ୍ତ କରିବ ବୋଲି କମ୍ପାନୀ କହିଛି । କମ୍ପାନୀର ବାଲାନ୍ସ ସିଟ୍ କିନ୍ତୁ ମଜବୁତ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପର ତାଲିକାଭୁକ୍ତ କମ୍ପାନୀଗୁଡିକର ସେୟାରର ମୂଲ୍ୟ ଲଗାତାର ହ୍ରାସ ଘଟିଛି । ବୁଧବାର ଦିନ ଆଦାନୀ ଏଣ୍ଟରପ୍ରାଇଜେସର ଷ୍ଟକ୍ ଗୋଟିଏ ଦିନରେ ୨୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।୨୪ ଜାନୁଆରୀରେ ଆଦାନୀ ଗ୍ରୁପ ନାଁରେ ଆମେରିକାର ହିଣ୍ଡେନବର୍ଗ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି ଆଦାନୀ ଗ୍ରୁପ୍ ଏହାର ଅଂଶଧନ ମୂଲ୍ୟ ବୃଦ୍ଧି ପଛରେ ଆକାଉଣ୍ଟିଂ ଠକେଇ କରିଛି । ଏ ନେଇ ଆଦାନୀ ଗ୍ରୁପ ୪୦୦ରୁ ଅଧିକ ପୃଷ୍ଠାର ଏକ ଜବାବ ଦେଇଛି ବୋଲି ସୂଚନା ରହିଛି । ହିଣ୍ଡେନବର୍ଗର ରିପୋର୍ଟ ଅସତ୍ୟ ଏବଂ ଏଫପିଓକୁ ବଦନାମ କରିବାକୁ ଏକ ଷଡଯନ୍ତ୍ର ବୋଲି ଆଦାନୀ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ଆମେରିକାର ସର୍ଟସେଲିଂ କମ୍ପାନୀ ହିଡେନବର୍ଗ ରିପୋର୍ଟ ହେତୁ ଏହି ପଦକ୍ଷେପ ନିଆଯାଇଛି ବୋଲି ବିଶ୍ୱାସ କରାଯାଉଛି ଅଦାନୀ ଏଣ୍ଟରପ୍ରାଇଜର୍ସର ଏଫପିଓ ଅଧୀନରେ ୪.୫୫ କୋଟି ସେୟାର ପ୍ରଦାନ କରାଯାଇଥିବା ବେଳେ ୪.୬୨ କୋଟି ସେୟାର ପାଇଁ ଅବେଦନ ଗ୍ରହଣ କରାଯାଇଛି । ଅଣ-ଆନୁଷ୍ଠାନିକ ନିବେଶକଙ୍କ ପାଇଁ ସଂରକ୍ଷିତ ୯୬.୧୬ ଲକ୍ଷ ସେୟାର ଉପରେ ୩ ଗୁଣା ଗ୍ରହଣ କରାଯାଇଥିବା ବେଳେ ଯୋଗ୍ୟ ଅନୁଷ୍ଠାନ କ୍ରେତା ବିଭାଗରୁ ୧.୨୮ କୋଟି ଅଂଶଧନ ସଂପୂର୍ଣ୍ଣ ସବସ୍କ୍ରାଇବ କରାଯାଇଥିଲା । ତେବେ FPOକୁ ନେଇ ଖୁଚୁରା ନିବେଶକ ଏବଂ କମ୍ପାନୀ କର୍ମଚାରୀଙ୍କ ପ୍ରତିକ୍ରିୟା ଥଣ୍ଡା ରହିଥିଲା । ଅଦାନୀ କମ୍ପାନୀ ସେୟାର ବଜାରରେ ପାଖାପଖି ୮୬ ବିଲିୟନ ଡ଼ଲାର କ୍ଷତି ସହିବା ପରେ ଏପରି ନିଷ୍ପତ୍ତି ନେଇଛି ।ଅଡ଼ାନୀ ଗୁଜରାଟରେ ଏକ କମୋଡ଼ିଟି ଟ୍ରେଡ଼ର ରୂପରେ ଆରମ୍ଭ କରିବା ପରେ ନିଜର ସାମ୍ରାଜ୍ୟକୁ ଠିଆ କରିଦେଇଛି । ଖବର ମୁତାବକ ଅଦାନୀ ଦୁନିଆର ୩ ନମ୍ବର ଧନୀ ବ୍ୟକ୍ତି ଥିଲେ । ଯାହାଙ୍କ ମୂଳ ସଂପତ୍ତି ୧୨୭ ବିଲିୟନ ଡ଼ଲାର ଥିଲା । ହେଲେ ବୁଧବାର ଦିନ ସେ ୧୫ ନମ୍ବରକୁ ଖସିଯାଇଛନ୍ତି
୨୦ ହଜାର କୋଟି ଟଙ୍କାର ଏଫପିଓ ରଦ୍ଦ କଲେ ଆଦାନୀ
