ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନୂତନ ଶିକ୍ଷାନୀତି ଅନୁଯାୟୀ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି। ରାଜ୍ୟରେ ବର୍ତ୍ତମାନ ୪୫, ୨୯୨ଟି ପ୍ରାଥମିକ ବିଦ୍ୟାଳୟରେ ୧, ୬୦, ୩୧୯ଟି ଶିକ୍ଷକ ପଦବି ରହିଛି। ନୂତନ ଶିକ୍ଷାନୀତି ଅନୁଯାୟୀ ଆଉ ୩୯, ୩୬୬ ଟି ପଦବୀ ସୃଷ୍ଟି କରାଯିବ। ଏହା ସହିତ ଡିସେମ୍ବର ୨୦୨୫ ସୁଦ୍ଧା ୫,୦୬୭ ଟି ଶିକ୍ଷକ ପଦବି ମଧ୍ୟ ଖାଲି ହେବ। ତେଣୁ ଏହି ସମସ୍ତ ପଦବିକୁ ମିଶାଇ ଆସନ୍ତା ୩ ବର୍ଷ ମଧ୍ୟରେ ୪୪,୪୩୩ଟି ପଦବି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବର୍ଷକୁ ପ୍ରାୟ ୧୫ ହଜାର ପଦବି ପୂରଣ କରାଯିବ।
•ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ
•ସ୍କିମାଟିକ୍ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି
•BSE ଓ CHSEକୁ ମିଶାଇ ଗୋଟିଏ ବୋର୍ଡ କରାଯିବ
•ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଶିଯିବ
•ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷାରେ ହେବ ବ୍ୟାପକ ପରିବର୍ତ୍ତନ
•NCERT ଢ଼ାଞ୍ଚାରେ SCERTକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ
•ଟେଷ୍ଟ ବୁକ୍ ପ୍ରକାଶନ ଓ ମାର୍କେଟିଙ୍ଗ ସଂସ୍ଥାର ସୁଦୃଢ଼ୀକରଣ ପାଇଁ ନିଷ୍ପତ୍ତି