୧୬ ପର୍ୟ୍ୟନ୍ତ ରାଜ୍ୟରେ ରହିବ ଯାଡ

ଭୁବନେଶ୍ୱର : ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ଶୀତ ଅନୁଭବ ହେବ । ସ୍ୱାଭାବିକ ଠାରୁ ସାମାନ୍ୟ ତାପ ମାତ୍ର ହ୍ରାସ ପାଇବ । ବର୍ତମାନ ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି । ଏହାରି ପ୍ରଭାବରେ ରାତି ତାପମାତ୍ର ସାମାନ୍ୟ ହ୍ରାସ ପାଇଛି । ସେହିପରି ବାୟୁମଣ୍ଡଳରେ ଜଳୀୟବାଷ୍ପ ବିଶେଷ ନଥିବାରୁ ମଧ୍ୟ ଦିନ ବେଳେ ତାତି ଏବଂ ରାତି ରେ ଥଣ୍ଡା ଅନୁଭବ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।

ରାଜ୍ୟରେ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ରୁ ୧୦ ଡିଗ୍ରୀ ଭିତରେ ରହିବାକୁ ନେଇ ପୂର୍ବାନୁମାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ କୁହୁଡ଼ି ଅନୁଭୂତ ହୋଇପାରେ । ମଙ୍ଗଳବାର ଭଳି ବୁଧବାର ବି କେନ୍ଦୁଝରରେ ସବୁଠୁ କମ୍‌ ତାପମାତ୍ରା ବା ୯.୬ ଡିଗ୍ରୀ ରେକର୍ଡ ହୋଇଛି ।
ଦାରିଙ୍ଗିବାଡ଼ିରେ ୧୦, ଫୁଲବାଣୀରେ ୧୦, କୋରାପୁଟରେ ୧୦.୮, ଅନୁଗୁଳରେ ୧୧, ସୁନ୍ଦରଗଡ଼ରେ ୧୧.୨, ରାଉରକେଲାରେ ୧୧.୮, ବାଲେଶ୍ୱରରେ ୧୨.୪, ତାଳଚେରରେ ୧୩, ସୋନପୁରରେ ୧୩.୧, ନବରଙ୍ଗପୁରରେ ୧୩.୨, ଭବାନୀପାଟଣା ଓ ଢେଙ୍କାନାଳରେ ୧୩.୫, କେନ୍ଦ୍ରାପଡ଼ାରେ ୧୩.୬, ବଲାଙ୍ଗୀରରେ ୧୪, ବୌଦ୍ଧରେ ୧୪.୫, ଭଦ୍ରକରେ ୧୪.୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *