୧୦ମ ଛାତ୍ରୀ ପରୀକ୍ଷା ଦେଇ ଫେରିବା ପରେ ଶିଶୁକୁ ଜନ୍ମ ଦେଲେ।

ଚିତ୍ରକୋଣ୍ଡା: ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ। ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ କଲେ ପ୍ରସବ। ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଏହି ଖବର ପାଇବା ପରେ ଛାତ୍ରୀଙ୍କୁ ଉଦ୍ଧାର କରି ପୋଲିସ ମେଡିକାଲକୁ ପଠାଇଲା। ପ୍ରସବକୁ ନେଇ ବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଛାତ୍ରୀଙ୍କ ଅଭିଭାବକ।

ଏହି ଘଟଣାକୁ ନେଇ ପ୍ରଶ୍ନ ଉଠୁଛି ଯେ, ହଷ୍ଟେଲରେ ରହୁଥିବା ଛାତ୍ରୀ ମାଆ କେମିତି ହେଲେ। କାହିଁକି ଛାତ୍ରୀଙ୍କୁ ଦେଇପାରିଲେ ନାହିଁ ସୁରକ୍ଷା। ଏହି ନିରୀହ ଆଦିବାସୀ ଛାତ୍ରୀଙ୍କୁ କିଏ ଶୋଷଣ କରିଛି, ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *