ୟୁଟ୍ୟୁବ ଆଣିଦେଲା ଏମବିବିଏସ ପାଠ ପଢ଼ିବାର ଏକ ସୁଯୋଗ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗ୍ରାମର ଦୟାନିଧି ପାତ୍ରଙ୍କ ପୁଅ ସିଦ୍ଧାର୍ଥ ଶଙ୍କର ପାତ୍ର । ସିଦ୍ଧାର୍ଥ ଜଣେ ମଧ୍ୟବିତ୍ତ ପରିବାରର ହୋଇ ଥିବାବେଳେ, ନିଜର ଅଭାବକୁ ଆଖି ଆଗରେ ରଖି ,ନିଜ ଘରେ ରହି ନିଜର ପାଠ ପଢା ଆରମ୍ଭ କରିଥିଲେ । ଏଭଳି ପୁଅର ଅନଲାଇନ ପାଠ ପଢ଼ାକୁ ଦେଖି ବାପା ଦୟାନିଧି ପାତ୍ର ମନ ବଳାଇଥିଲେ ପୁଅକୁ ଡକ୍ଟର ପାଠ ପଢ଼ାଇବା ପାଇଁ । ବାପା ନିଜ ଅଞ୍ଚଳରେ କୌଣସି ରୋଜଗାର ନ କରି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମନ ବଳାଇଥିଲେ ପୁଅକୁ କରିବେ ଡାକ୍ତର। ବାପା ଦୟାନିଧି ବାଙ୍ଗାଲୋର ସାରଦାପୁର ରୋଡ଼ରେ ଏସ୍.ଆର୍.ଏଫ୍ ସିକୁରିର୍ଟ ଏଜେନ୍ସୀ ମାଧ୍ୟମରେ ସାତ ବର୍ଷ ହେବ ସିକୁରିର୍ଟ ଗାର୍ଡ କରି ନିଜ ପୁଅକୁ ବିନା କୁଚିଂରେ ଡାକ୍ତରୀ ପାଠ ପଢ଼ାଇବା ପାଇଁ ଇଛା ପ୍ରକାଶ କରିଥିଲେ। ସିଦ୍ଧାର୍ଥ ମଧ୍ୟ ନିଜ ବାପାଙ୍କ ପରିଶ୍ରମକୁ ନ ଏଡାଇ ବାପାଙ୍କ ଦରମା ଟଙ୍କାରୁ ଏକ ମୋବାଇଲ ଆଣିଥିଲେ। ସେହି ମୋବାଇଲ ସାହାଯ୍ୟରେ ୟୁଟ୍ୟୁବ ମାଧ୍ୟମରେ ପାଠ ପଢ଼ି ଆଜି ଜଣେ ଯୁଗ୍ୟ ଡାକ୍ତରୀ ପାଠ ପଢ଼ିବା ପାଇଁ ରାଇପୁର ଏମ୍ସ ମେଡିକାଲ କଲେଜ ପାଇଁ ମନୋନୀତ ହୋଇଛନ୍ତି। ସିଦ୍ଧାର୍ଥଙ୍କ ପରିବାର ଅତି ମଧ୍ୟବିତ୍ତ ଥିବା ବେଳେ ବାପା ମାଆ ସିଦ୍ଧାର୍ଥକୁ ଆଶା ରଖି ଥିଲେ ଭଲ ଡକ୍ଟରଟିଏ କରିବା ପାଇଁ। ଯାହା ଫଳରେ ସିଦ୍ଧାର୍ଥ ଆଜି ବିନା କୌଣସି କୋଚିଙ୍ଗ କ୍ଲାସ ନ କରି ୟୁଟ୍ୟୁବ ରେ କୋଚିଙ୍ଗ ନେବାକୁ ମନ ସ୍ଥିର କରି ଆଜି ବନିଲେ ଜଣେ ଡାକ୍ତରୀ ଯୋବକ। ନିଜ ପରିବାର ପାଇଁ ଏବଂ ନିଜ ଅଞ୍ଚଳ ପାଇଁ ଏହା ଏକ ଗୌରବ ର ବିଷୟ ବୋଲି ଅଞ୍ଚଳ ବାସୀ ଖୁସି ମନେ କରୁଛନ୍ତି । ସିଦ୍ଧାର୍ଥଙ୍କ ଡ଼ାକ୍ତରୀ ପାଠ ପଢ଼ିବାର ଖବର ଶୁଣି ଅଞ୍ଚଳ ବାସୀ ଙ୍କ ମନରେ ଏବେ ଖୁସିର ଲହରୀ ଖେଳାଇଦେଇଛି। ଶେଷରେ ସିଦ୍ଧାର୍ଥ କହିଛନ୍ତି ଯେ ଅନ୍ୟ ଯୁବ ପିଢ଼ି ଯଦି ଡାକ୍ତରୀ ପାଠ ପଢ଼ିବା ପାଇଁ ଇଚ୍ଛା କରନ୍ତି ତେବେ କୋଚିଙ୍ଗ ନ ନେଇ ମଧ୍ୟ ଅନଲାଇନ ୟୁଟ୍ୟୁବ ମାଧ୍ୟମରେ ପାଠ ପଢ଼ି ଆଗକୁ ଯାଇ ପାରିବ ଏବଂ ସେହି ପରି ପାଠ ପଢା ପରେ ନିଜ ଅଞ୍ଚଳରେ ରହି ଲୋକଙ୍କ ସେବା କରିବେ ବୋଲି ସିଦ୍ଧାର୍ଥ କହିଛନ୍ତି।
ୟୁଟ୍ୟୁବ୍ ଆଣିଦେଲା ଏମ୍ ବି ବିଏସ୍ ପାଠ ପଢ଼ିବାର ସୁଯୋଗ।
