ୟୁଜର୍ସମାନଙ୍କ ପାଇଁ ନୂଆ ଫିଚର୍ସ ଲଞ୍ଚ କରିଛି ଫୋନ ପେ

ଫୋକସ ପ୍ଲସ ୮/୨/୨୩(ବ୍ୟୁରୋ):ଆଜି କାଲିର ଆଧୁନିକ ଯୁଗରେ ଏବେ ସବୁ କିଛି ହାତ ପାହାନ୍ତାରେ ଆସି ପହଂଚିଗଲାଣି |ଏବଂ ଏଥିପାଇଁ ନୂଆ ନୂଆ ତରିକା ମଧ୍ୟ ଆପଣାଉଛନ୍ତି ଲୋକେ | ଭାରତର ସବୁଠାରୁ ବଡ଼ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ PhonePe ନିଜ ୟୁଜର୍ସମାନଙ୍କ ପାଇଁ ନୂଆ ଫିଚର୍ସ ଲଞ୍ଚ କରିଛି । PhonePe ସହ ଜଡ଼ିତ ନୂଆ ଫିଚର୍ସ ସାହାଯ୍ୟରେ ୟୁଜର୍ସମାନେ ଭାରତ ବ୍ୟତୀତ ଅନ୍ୟ ଦେଶରେ ଯାତ୍ରା କରୁଥିବା ବେଳେ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିପାରିବେ । ଏହାର ଅର୍ଥ ଏବେ ବିଦେଶରେ ଟ୍ରାଞ୍ଜୋକ୍ସନ କରିବାରେ PhonePe ଆପଣଙ୍କୁ ସାହାଯ୍ୟ କରିବ ।ତେବେ ୟୁଜର୍ସମାନଙ୍କୁ ଏପରି ଫିଚର୍ସ ଯୋଗାଇବାରେ PhonePe ହୋଇଛି ପ୍ରଥମ କମ୍ପାନୀ ।ଏହି ଫିଚର୍ସ ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବାକୁ ଯାଉଛି । ଆପଣ ବର୍ତ୍ତମାନ ବିଦେଶ ଭ୍ରମଣ କରିବା ସମୟରେ PhonePe ଆପ୍ ରେ UPI ମାଧ୍ୟମରେ ସହଜରେ ବିଦେଶୀ ବ୍ୟବସାୟୀଙ୍କୁ ଦେୟ ପ୍ରଦାନ କରିବାରେ ସକ୍ଷମ ହେବେ । ଏହା ଠିକ୍ ସେହିପରି କାମ କରିବ ଯେପରିକି ଆପଣଙ୍କର ଆନ୍ତର୍ଜାତୀୟ ଡେବିଟ୍ କାର୍ଡ କାମ କରିଥାଏ ଓ ଆପଣଙ୍କ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରୁ ବିଦେଶୀ ମୁଦ୍ରା କଟାଯିବ ।ଲୋକଙ୍କୁ ସୂଚନା ଦେବା ଉଦ୍ଦେଶ୍ୟରେ କୁହାଯାଇଛି ଯେ, ଫୋନପେ ୟୁଜର୍ସଙ୍କୁ UPI International ପେମେଣ୍ଟ କରିବା ପାଇଁ ପ୍ରଥମେ ଆପ୍ ସହ ଲିଙ୍କ୍ ୟୁପିଆଇ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟକୁ ଆକ୍ଟିଭ୍ କରିବାକୁ ପଡ଼ିବ । କମ୍ପାନୀ କହିଛି ଯେ ଏହି ଫିଚର୍ସକୁ ଟ୍ରିପରେ ଯିବା ପୂର୍ବରୁ କିମ୍ବା ଲୋକେସନରେ ପହଞ୍ଚିବା ପରେ କରାଯାଇପାରିବ । ଏହି ସେବାକୁ ଆକ୍ଟିଭ କରିବା ପାଇଁ ୟୁଜର୍ସଙ୍କୁ ନିଜର ୟୁପିଆଇ ପିନ୍ ଏଣ୍ଟର କରିବାକୁ ପଡ଼ିବ ।ଏହି phonepay ଏବେ ଅନେକ କାମରେ ଲାଗୁଛି ,ଉପଭୋକ୍ତାମାନେ ଉଚିତ ସୁବିଢା ମଧ୍ୟ ପାଇପାରୁଛନ୍ତି |

Leave a Reply

Your email address will not be published. Required fields are marked *