ଫୋକସ ପ୍ଲସ 7/3/2023(ବ୍ୟୁରୋ): ଆସନ୍ତା କାଲି ରଙ୍ଗର ପର୍ବ ହୋଲି | ଆଉ ଏହି ଭାଇଚାରାର ପର୍ବ ହୋଲିରେ ବନ୍ଦ ରହିବ ମୋ ବସ ସେବା | ଆସନ୍ତାକାଲି ପୂର୍ବାହ୍ନରେ ରାଜଧାନୀ ଭୁବନେଶ୍ୱର ସମେତ ରାଉରକେଲାରେ ମଧ୍ୟ ମୋ ବସ ଚଳାଚଳ ସେବା ବନ୍ଦ ରହିବ | ଆଉ ଅପରାହ୍ନରେ ମୋ ବସ ସେବା କାର୍ଯ୍ୟକ୍ଷମ ହେବ | ତେବେ ଏଭଳି ସୂଚନା ମୋ ବସର ସୋସିଆଲ ମିଡ଼ିଆ ଟ୍ଵିଟର ହ୍ୟାଣ୍ଡେଲ କ୍ରୁଟ ତରଫରୁ ସୂଚନା ଦିଆଯାଇଛି | ଏହି ବିଷୟରେ ସବିଶେଷ ସାରଣୀ ସୋସିଆଲ ମିଡିଆରେ ଅପଡେଟ କରାଯାଇଛି |ମୋ ବସ ସେବା ବନ୍ଦ ସହ ଇ-ବାଇକ ସେବା ମଧ୍ୟ ଆସନ୍ତାକାଲି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି | ତେବେ ଏଥିରେ ସେବା ବନ୍ଦ ରହିଥିବା ବେଳେ ଭୁବନେଶ୍ୱର କମିସନରେଟ ପୋଲିସ ପକ୍ଷରୁ ବିଭିନ କଟକଣାକୁ କାର୍ଯ୍ୟକ୍ଷମ କରାଯାଇଛି |ଏମିତିକି ରାସ୍ତାରେ ମହିଳା ମାନଙ୍କ ଉପରେ ହୋଲି ପକେଇଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଆଗରୁ ସୂଚନା ରହିଛି |
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ