ହୋଟେଲ ନଟରାଜରେ ଏନ.ସି ହାଇସ୍କୁଲ ର ପୁରାତନ ଛାତ୍ର ସଂସଦ ପକ୍ଷରୁ ବ୍ୟାସ ଧୂମ ମି୍ୟୁଜିକାଲ ନାଇଟ ପାଇଁ ସାମ୍ବାଦିକ ସମ୍ମିଳନୀ |

ବ୍ୟାସନଗର22/12/2023(ଫୋକସ ପ୍ଲସ); ହୋଟେଲ ନଟରାଜ ରେ ଏନ.ସି ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବ୍ୟାସ ଧୂମ ମି୍ୟୁଜିକାଲ ନାଇଟ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି l ଆଜି ଏନ.ସି ହାଇସ୍କୁଲ ପୁରାତନ ଛାତ୍ର ସଂସଦ ଆବାହକ ବିଶ୍ୱମ୍ବର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ,ପୂର୍ବତନ କାଉନସିଲର ଅର୍ଜୁନ ରାଉତ,ଶିକ୍ଷାବିତ ସାରଦା ଦାସ,କାଉନସିଲର ପାର୍ଥସାରଥୀ ନାୟକ, ଅଶୋକ କୁମାର ରାଉତ ଓ ପୁରାତନ ଛାତ୍ର ଅଯୋଧ୍ୟାନାଥ ଜେନା ଯୋଗଦେଇ ମି୍ୟୁଜିକାଲ ନାଇଟ ସମ୍ପର୍କରେ ସୂଚନା ଦେଇଥିଲେ l ତେବେ ଏନ.ସି ହାଇସ୍କୁଲର ବିକାଶ ଉଦେଶ୍ୟ ଆସନ୍ତା ମାସ 20 ତାରିଖ ଓ 21 ତାରିଖରେ ବଲିଉଡ଼ ଗୀତିକାର ମହମ୍ମଦ ଦାନିସ୍,ଚେତନା ଭରଦ୍ୱାଜ, ସଲମାନ୍ ଅଲ୍ଲୀ ଓ ସଂମୁଖପ୍ରିୟାଙ୍କ କାର୍ଯ୍ୟକ୍ରମ ବ୍ୟାସନଗର ସ୍ଥିତ ଏନ.ସି ହାଇସ୍କୁଲରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପୁରାତନ ସଂସଦ ପକ୍ଷରୁ ସୂଚନା ଦିଆଯାଇଛି l ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସ୍କୁଲର ଅନେକ ପୁରାତନ ଛାତ୍ର ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *