ଫୋକସ ପ୍ଲସ(ହିନ୍ଦୋଳରୁ) ୨୯/୦୭/ ୨୦୨୨:ସରକାରଙ୍କ ଶିକ୍ଷା ବିଭାଗ ପାଇଁ ଦିନକୁ ଦିନ କିଛି କିଛି ନୂଆ ନିୟମ ପ୍ରଣୟନ କରାଯାଉଛି I ସେହିପରି ବିଦ୍ୟାଳୟ ମିଶ୍ରଣ ମଧ୍ୟ ଏକ ନିୟମ ଥିଲା I କିନ୍ତୁ ଏହି ନିୟମରେ ଅନେକ ବ୍ୟତିକ୍ରମ ହୋଇଥିବାର ସାଧାରଣ ଜନତା ଙ୍କ ଠାରୁ ଶୁଣିବାକୁ ମିଳୁଛି I ଆସନ୍ତୁ ଦେଖିବା ହିନ୍ଦୋଳ ବ୍ଲକ ଷୋଳନାଳୀ ପ୍ରାଥମିକ ବିଦ୍ୟାଳୟ କଥା I ଏହି ଷୋଳନାଳୀ ପ୍ରାଥମିକ ବିଦ୍ୟାଳୟରେ 38 ଛାତ୍ର ଛାତ୍ରୀ ଥିବା ସମୟରେ ଏହି ବିଦ୍ୟାଳୟକୁ ପାଖ ବିଦ୍ୟାଳୟ ପାଟଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦିଆଯାଇଥିଲା I ମାତ୍ର ସେହି ବିଦ୍ୟାଳୟ କୁ ଯିବାପାଇଁ ଜଙ୍ଗଲ କାଦୁଆ ରାସ୍ତା ଦେଇ ଯିବାକୁ ପଡୁଥିବାରୁ ସେହି ରାସ୍ତାରେ ହାତୀ, ଭାଲୁ, ମାଙ୍କଡ଼ ଭୟ ଥିବାରୁ ବର୍ତ୍ତମାନ ପିଲା ମାନେ ସ୍କୁଲ ଯିବାକୁ ଅମଙ୍ଗ ହେଉଥିବା କଥା ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି I ସବୁଠାରୁ ବଡ଼ କଥା ହେଲା ଯେ ଏହି ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଏବଂ ଶ୍ରେଣୀ ଗୃହ ନାହିଁ I ତେଣୁ ଷୋଳନାଳୀ ବିଦ୍ୟାଳୟର ପିଲାମାନଙ୍କୁ ଗଛମୂଳେ ଏବଂ ବର୍ଷାହେଲେ ବିଦ୍ୟାଳୟ ବାରଣ୍ଡାରେ ପାଠ ପଢା ଯାଉଥିବାର ଅଭିଯୋଗ ଆଣିଛନ୍ତି ଅଭିଭାବକ ଏବଂ ଗ୍ରାମବାସୀ I
ଅଭିଭାବକ ମାନଙ୍କ କହିବା କଥା ହେଲା ଯେ ସରକାରଙ୍କ ନିୟମ ଅନୁସାରେ ଯଦି ଆମ ସ୍କୁଲ ଅନ୍ୟତ୍ର ମିଶା ଯାଇଛି ତେବେ ସେ ସ୍କୁଲରେ ଆମ ପିଲାଙ୍କ ଭବିଷ୍ୟତ ନଷ୍ଟ ହେଉଛି, ବାହାରେ ଗଛମୂଳରେ ଏବଂ ବାରଣ୍ଡାରେ ବସି ପାଠ ପଢିବା ସମ୍ଭବ ନୁହଁ ଏବଂ ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମାତ୍ର 3ଟି ଶ୍ରେଣୀ ଗୃହ ଥିବା ବେଳେ 5 ଜଣ ଶିକ୍ଷକ ଅଛନ୍ତି I ଏଠି ପିଲାଙ୍କ ପାଠ ପଢ଼ାରେ ବ୍ୟାହତ ହେଉଛି ତେଣୁ ଆମ ସ୍କୁଲ ଆମକୁ ଫେରେଇ ଦିଆଯାଉ ନଚେତ ଆଗାମୀ ଦିନରେ ଆମେ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ଧାରଣାରେ ବସିବାର ଚେତାବନୀ ଦେଇଛନ୍ତି I
ହିନ୍ଦୋଳରୁ ଧବଳ ପ୍ରସାଦ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ