ହିନ୍ଦୁ ଗ୍ରନ୍ଥର ସତ୍ୟା ସତ୍ୟ

ଏମିତି କିଛି ସ୍ଥାନ ଓ ଜିନିଷ ଯାହାକି ହିନ୍ଦୁ ଗ୍ରନ୍ଥ ମାନଙ୍କୁ ମାନିବାକୁ ବାଧ୍ୟ କରେ | ପ୍ରମାଣ ଦିଏ କି ସନାତନ ଧର୍ମର ଗ୍ରନ୍ଥ ଓ ପୁରାଣ କୌଣସି ମନଗଢା କାହାଣୀରେ ଆଧାରିତ ନୁହେଁ |

୧. କ୍ଷୀର ସାଗର

ଶ୍ରୀମଦ ଭାଗବତ ଗୀତାରେ ବିଶ୍ୱର ସୃଷ୍ଟି ନେଇ ହେଇଥିବା ଯୁଦ୍ଧ ବିଷୟରେ ଉଲ୍ଲେଖ କରାଯାଇଛି | ଏଥିରେ ଭଗଵଂ ବିଷ୍ଣୁ ଙ୍କର ବରାହ ଅବତାର ସମ୍ପର୍କରେ କୁହାଯାଇଛି | ଯେ କିଭଳି ହିରଣାକ୍ଷ ନାମକ ଏକ ରାକ୍ଷସ ନିଜର ଅହଂକାର ପାଇଁ ପୃଥିବୀକୁ ସମୁଦ୍ର ଗର୍ଭରେ ଲୁଚାଇ ଦେଇଥିଲା | ସେତେବେଳେ ଭଗବାନ ବିଷ୍ଣୁ ବରାହ ଅବତାର ନେଇ ପୃଥିବୀକି ଉଦ୍ଧାର କରିଥିଲେ | ଏହାକୁ ଅନେକ ଲୋକ ମନ ଗଢା କାହାଣୀ କହିଥିଲେ ଓ ସମୁଦ୍ର କେବଳ ପୃଥିବୀରେ ହିଁ ଅଛି ବୋଲି ଦାବି କରିଥିଲେ | କିନ୍ତୁ ଏବେ NASAର ଦୁଇଟି ଟିମ ଅନ୍ତରୀକ୍ଷରେ ଏହି ବିଶାଳ ସମୁଦ୍ରର ସନ୍ଧାନ ପାଇଛି | ଏହା ପୃଥିବୀ ଠୁ ହଜାରେ ଗୁଣରେ ବଡ ଓ ପାଖାପାଖି ୧୨ଲକ୍ଷ କୋଟି ବର୍ଷ ଦୂରରେ ରହିଥିବା NASA ସୂଚନା ଦେଇଛି | ଏହି ମହା ସମୁଦ୍ରର ସନ୍ଧାନ ମିଳିବ ପରେ ଆହୁରି ତନାଘନା ଆରମ୍ଭ ହୋଇଥିଲା | ପରେ ହିନ୍ଦୁ ଶାସ୍ତ୍ରରେ ଏହାର ଉଲ୍ଲେଖ ବିଷୟରେ ଜାଣି ଏହି ଗ୍ରନ୍ଥ ସବୁକୁ NASA ଅଧୟନ କରିବା ଆରମ୍ଭ କରିଛି |

୨. ଦ୍ଵାରକା ନଗରୀ

୧୯୩୦ରେ ସମୁଦ୍ର ମଧ୍ୟରେ ମିଳିଥିବା ଏକ ଭବ୍ୟ ନଗରୀର ଭଗ୍ନାଂଶ ୧୯୬୩ରେ ଜଣାଯାଏ କି ଏହା ଦ୍ୱାରିକା ନଗରୀ ର ଅବଶେଷ | ଏହି ଭଗ୍ନାଂଶ ଦର୍ଶାଏ କି ଗୀତାରେ ଉଲ୍ଲେଖ ଥିବା ୪ଯୁଗ କଥା ମିଛ ନୁହେଁ | ଦ୍ୱାପର ରେ ପ୍ରଭୁ ଶ୍ରୀକୃଷ୍ଣ ନିଜର ଏକ ଭବ୍ୟ ନଗରୀ ନିର୍ମାଣ କରିଥିଲେ | ଯାହାର ନାଁ ଥିଲା ଦ୍ଵାରକା | ଯାହା ତାଙ୍କ ମୃତ୍ୟୁ ପରେ ସମୁଦ୍ର ରେ ବିଲୀନ ହୋଇ ଯାଇଥିଲା | ବିଶେଷଜ୍ଞନ ମାନେ କୁହନ୍ତି କି ଦ୍ଵାରକା ପାଖରେ ଥିବା ବରଫ ସବୁ ତରଳିବା ଯୋଗୁଁ ଦ୍ଵାରକା ବୁଡି ଯାଇଥିଲା | ଏହାର ଭଗ୍ନାଂଶର ପରୀକ୍ଷାରୁ ଜଣାପଡିଛି ଯେ ଏହା ପାଖାପାଖି ୯ହଜାର ବର୍ଷ ପୁରୁଣା | ଯାହା ଜଣାଇ ଦିଏ ଯେ ଏହି ଧରିତ୍ରୀ ଅନେକ ଯୁଗର ସାମ୍ନା କରିସାରିଛି |

୩. ବରମୁଡା ଟ୍ରାଏଙ୍ଗେଲ

ଆଣ୍ଟାର୍କଟିକ ମହାସାଗରରେ ଥିବା ଏହି ଟ୍ରାଏଆଙ୍ଗେଲକୁ ଦୁନିଆର ସବୁଠାରୁ ବିପଜ୍ଜନକ ସ୍ଥାନ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ | ଏଯାବତ ୨୫ରୁ ଅଧିକ ଉଡ଼ାଜାହାଜ ଓ ୫୦ରୁ ଉର୍ଦ୍ଧ ସାମୁଦ୍ରିକ ଜାହାଜ ଉଭାନ ହୋଇ ସାରିଛି | ବୈଜ୍ଞାନିକଙ୍କ କହିବା ଅନୁଯାଇ ଏହାର ନିକଟତର ହେବା ମାତ୍ରେ କୌଣସି ଘଡି , କମ୍ପାସ ଓ ଅତ୍ୟାଧୁନିକ ଯନ୍ତ୍ର କାର୍ଯ୍ୟ କରିବା ବନ୍ଦ କରିଦେଏ ଓ ନିଜ ଚୁମ୍ବକୀୟ ଶକ୍ତି ବଳରେ କୌଣସି ବି ବସ୍ତୁକୁ ନିଜ ଆଡକୁ ଟାଣିପାରେ | ତେବେ ଏହାକୁ ନେଇ ରାମାୟଣ ରେ ଏକ ସୁନ୍ଦର ବର୍ଣ୍ଣନା ରହିଛି | କୁହାଯାଏ ଯେବେ ତ୍ରେତୟା ଯୁଗରେ ହନୁମାନ ମାତା ସୀତାଙ୍କ ସନ୍ଧାନରେ ବାହାରିଥିଲେ | ସେତେବେଳେ ସେ ୭ସମୁଦ୍ର ବୁଲିଥିଲେ | ଠିକ ସେହି ସମୟରେ ଏକ ରାକ୍ଷସୀ ତାଙ୍କ ବାଟ ରୋକିଥିଲା | ଯେକି ସମୁଦ୍ର ଉପର ଦେଇ ଯାଉଥିବା ପକ୍ଷୀ ମାନଙ୍କ ଛାଇକୁ କାବୁ କରି ଶିକାର କରେ | କିନ୍ତୁ ମହାବଳି ହନୁମାନ ତାଙ୍କ ବୁଦ୍ଧି ବଳରେ ତା କବଳରୁ ଖସିଥିଲେ | କୁହାଯାଏ ସେହି ବରମୁଡା ଟ୍ରାଏଙ୍ଗେଲ ସେହି ରାକ୍ଷସୀର ସ୍ଥାନ | ଯେକି ହନୁମାନଙ୍କ ପରେ ନିଜ ପାଖରୁ କାହାକୁ ଫେରିବାକୁ ଦେଇ ନାହିଁ |

 

Leave a Reply

Your email address will not be published. Required fields are marked *