ସୂଚନାଯୋଗ୍ୟ, କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ ନୂଆପଡ଼ାରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କହିଛନ୍ତି, ସବୁ ଦଳରେ ବିଭୀଷଣ ଅଛନ୍ତି। ଆଉ ଆମ ଦଳ କଂଗ୍ରେସରେ ବି ବିଭୀଷଣ ଅଛନ୍ତି। ଯେଉଁମାନଙ୍କ ପାଇଁ ଦଳକୁ ଆଶାନୁରୂପ ସଫଳତା ମିଳିଲାନି। ଏହି କାରଣରୁ ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଭକ୍ତ ଦାସ ଆହୁରି କହିଛନ୍ତି, କଂଗ୍ରେସ ଦ୍ବିତୀୟ ସ୍ଥାନରେ ଅଛି, ତଥାପି ଆତ୍ମ ସମୀକ୍ଷା କରିବୁ।
ହାରିବା କାରଣ କହି ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କଲେ ପିସିସି ସଭାପତି ପରାଜୟ ସ୍ବୀକାର କଲେ ଭଲ ହୁଅନ୍ତା:ପୃଥ୍ୱୀରାଜ
