ହାତ କାଟି ରାସ୍ତାରେ ଛାଡିଦେଲେ ଅମଣିଷ

ଫୋକସ ପ୍ଲସ 5/3/2023(ନୟାଗଡ଼): ଆଜିର ଯୁଗରେ ମଣିଷ କେତେ ତଳକୁ ଯାଇପାରେ ତାହାର ନଗ୍ନ ରୂପ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ। ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଙ୍କ ହାତ କାଟି ରାସ୍ତା ରେ ଛାଡିଦେଲେ କିଛି ଅମଣିଷ।ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧିନସ୍ଥ କରବର ଗ୍ରାମପଞ୍ଚାୟତ ର ମାଣିତ୍ରୀ ଗ୍ରାମରେ।ମାଣିତ୍ରୀ ଗ୍ରାମରେ ବାସ କରନ୍ତି ସୂର୍ୟ୍ଯମଣି ନାୟକ।ଜନ୍ମ ରୁ ସେ ସୁସ୍ଥଅବସ୍ଥାରେ ଜୀବନ ଯାପନ କରୁଥିଲେ।ସୁସ୍ଥ ଥିବା ସମୟରେ ତାଙ୍କ ହାତ ଧରିଥିଲେ ସୁକାନ୍ତି।ଦୁଇ ଝିଅ ରେ ଗୋଟିଏ ପୁଅ କୁ ନେଇ ଦୁଇ ପ୍ରାଣୀ ବେଶ ହସ ଖୁସି ରେ ସଂସାର ଚଳୁଥିଲା। ମାତ୍ର କିଏ ଜାଣି ଥିଲା ହସ ଖୁସିର ସଂସାର ଭିତରେ ଗ୍ରହଣ ଲାଗିଯିବ।ସୂର୍ୟ୍ଯମାଣି ଦୀର୍ଘ ୧୫ ବର୍ଷ ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ।ତାଙ୍କରି ଚିନ୍ତା ରେ ବୁଡି ରହୁଥିଲେ ପୁରା ପରିବାରବର୍ଗ।

ସୂର୍ୟ୍ଯମଣି ମାନସିକ ଭାରସାମ୍ୟ ଅବସ୍ଥାରେ ଆଜକୁ ୧୫ ଦିନ ତଳେ ନିଜ ଭଉଣୀ ଘର ଖୋର୍ଦ୍ଧା ଜିଲ୍ଲା ମାଣିବନ୍ଧ ଗ୍ରାମକୁ ଯିବା ବାଟରେ କିଛି ଅମଣିଷ ସୂର୍ଯ୍ୟମଣି ଙ୍କୁ ଉଠାଇ କେଉଁଆଡ଼େ ନେଇଯାଇଥିଲେ। ପରେ ସୂର୍ଯ୍ୟମଣି ଙ୍କ ର ସନ୍ଧାନ ମିଳିନଥିଲା ପରିବାର ବର୍ଗ ଙ୍କୁ। ଖବର ମୁତାବକ ଭଉଣୀଘରେ ପହଂଚି ନଥିବା ସୂର୍ୟ୍ଯମାଣି ଏ ଖବର ତାଙ୍କ ଭଉଣୀ ବାପଘରକୁ ଫୋନ ଯୋଗେ ଜଣାଇ ଦେଇଥିଲେ।ତେବେ ଆଜିକୁ ୧୫ ଦିନ ବିତିବା ପରେ ସୂର୍ୟ୍ଯମାଣି ଙ୍କ ସନ୍ଧାନ କଟକ ସିଡିଏ -୭ ନମ୍ବର ରୁ ପାଇଥିଲେ ତାଙ୍କ ପୁତୁରା ଚାନ୍ଦିଆ। ରାତି ପ୍ରାୟ ୭ ଘଣ୍ଟିକା ସମୟରେ ସୂର୍ଯ୍ୟମଣି ଙ୍କୁ ପାଖରୁ ପାଇଥିଲେ।ସେତେବେଳେ ତାଙ୍କର ହାତ କଟି ଯିବା ଦେଖିଥିଲେ। ପରେ ନିଜ ଘର ମାଣିତ୍ରୀକୁ ଗାଡ଼ି ଭଡା କରି ନେଇ ଆଣିଥିଲେ।ସେତେବେଳେ ତାଙ୍କର ଡାହାଣ ହାତ କାଟି ଚିକିତ୍ସାକରି ରାସ୍ତାରେ ଛାଡ଼ିଦେଇଥିଲେ କିଛି ଅମଣିଷ।

ସୂର୍ଯ୍ୟମଣି ଙ୍କୁ ଘରକୁ ଆଣିବା ପରେ ପରିବାର ଲୋକେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ପ୍ରମୋଦ କୁମାର ଚୌଧୁରୀ ଙ୍କୁ ସାଙ୍ଗରେ ଧରି ଫତେଗଡ଼ ଥାନା କୁ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିଲେ।ତେବେ ଫତେଗଡ଼ ପୋଲିସ ଅଧିକାରୀ ସୂର୍ଯ୍ୟମଣି ଙ୍କ ପରିବାର ଅଭିଯୋଗ ନ ରଖି,କଟକ ରେ ଅଭିଯୋଗ କରିବ କହି ଫେରାଇ ଦେଇଥିଲେ ବୋଲି ଅଭିଯୋଗ କରନ୍ତି ତାଙ୍କ ସ୍ତ୍ରୀ ସୁକାନ୍ତି।ଦୀର୍ଘ ଦିନ ବିତିଯାଇଥିଲେ ସୁଧା ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ସୂର୍ଯ୍ୟମଣି ଙ୍କ ପରିବାର ଙ୍କୁ ଭେଟି ନଥିବା ପରିବାର ଲୋକେ କହିଛନ୍ତି।ତେବେ କେଉଭଳି ପରିସ୍ଥିତି ରେ ସୂର୍ଯ୍ୟମଣି ହାତ ହରାଇଲେ ତାହା ଏବେ ସନ୍ଦେହ ରେ ଅଛନ୍ତି ପୁରା ପରିବାର।

Leave a Reply

Your email address will not be published. Required fields are marked *