ହାତୀ ଉପଦ୍ରବରେ ବହୁ ଧାନ ଗଛ ନଷ୍ଟ, ଅନୁଗୁଳ କିଶୋରନଗର ବ୍ଲକ ବାମୁର ରେଞ୍ଜ ଅଞ୍ଚଳରେ ବୁଲୁଛନ୍ତି ୩୦ ଟିକିଆ ହାତୀ ପୋଲ!

ଅନୁଗୁଳ : କିଶୋର ନଗର ବ୍ଲକ ଅନ୍ତର୍ଗତ କଦଳୀମୁଣ୍ଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଆଜି ହାତୀ ଉପଦ୍ରବ ଦ୍ୱାରା ବିପୁଳ ପରିମାଣର ଧାନଗଛ ନଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପ୍ରତ୍ୟୂଷ ପ୍ରାୟ ରାତି ୩ ଟା ସମୟରେ ପ୍ରାୟ 25/30 ଟି ହାତୀର ଏକ ଦଳ ଟାପୁରୁସିଙ୍ଗା ଅଞ୍ଚଳର ଗ୍ରାମରେ ପଶି ଉକ୍ତ ଗ୍ରାମର ଜମ୍ବେ ପ୍ରଧାନ, ବାଲ୍ମକ ପ୍ରଧାନ ,ପ୍ରେମାନନ୍ଦ ପ୍ରଧାନ, ବଂଶୀ ବେହେରା, ପୁର୍ଣଚନ୍ଦ୍ର ପ୍ରଧାନ, ଓ ଲୋକ ନାଥ ପ୍ରଧାନ ପ୍ରମୁଖ ବହୁ ଚାଷୀଙ୍କ ଚାଷ ଜମିରେ ପଶି ବହୁ ପରିମାଣର ଛୋଟଛୋଟ ଧାନ ଗଛ ଓ ଧାନ ପହ୍ଳା ମାଡିଦଳି ନଷ୍ଟ କରିଦେଇଛନ୍ତି। ଦୁର୍ଭାଗ୍ୟ ର ବିଷୟଯେ ଗ୍ରାମକୁ କୌଣସି ବାମୁର ରେଞ୍ଜର କର୍ମଚାରୀ ଆସୁନଥିବା ଅଭିଯୋଗ ହୋଇଛି। ଫଳରେ ସମ୍ପୃକ୍ତ ଚାଷୀମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇଛି। ଚାଷୀ ମାନଙ୍କର କ୍ଷୟକ୍ଷତିର ଆକଳନ କରାଯାଇ ସେମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ ପାଇଁ ସରକାରଙ୍କ ପାଖରେ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *