ହାତୀବନ୍ଧ11/12(ଫୋକସ ପ୍ଲସ); ହାତିବନ୍ଧା ଠାରେ ଓବିସି ରଥକୁ ସ୍ବାଗତ କରାଯାଇଛି। ଏହି ରଥ ନଭେମ୍ବର ୨୬ ଝାରସୁଗୁଡାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଏହା ପଶ୍ଚିମ ଓଡିଶା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଏଥ୍ରେ ଓବିସି ସଂଗଠନ ରାଜ୍ୟ ସଭାପତି ଶଙ୍କର ପାତ୍ର, ଉପସଭାପତି ପ୍ରଦୀପ କୁମାରବେହେରା ,ସାଧାରଣ ସମ୍ପାଦକ ସମରଜିତ ବେହେରା, କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ବାଳ, ରାଜ୍ୟ ପ୍ରବକ୍ତା ବିରଞ୍ଚି ସାହୁ ପ୍ରମୁଖ ପ୍ରମୁଖ ସାମିଲ ହୋଇ ସଚେତନତା କରିଥିଲେ |ପଞ୍ଚାୟତସ୍ତରୀୟ ନିର୍ବାଚନରେ ଓବିସିମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆରକ୍ଷଣକୁ ସୁନିଶ୍ଚିତ କରିବା ସହ ଶିକ୍ଷା ପ୍ରତି ପ୍ରେରଣା ଦେବା ଓ ପାଠ୍ୟକ୍ରମକୁ ପରିତ୍ୟାଗ କମ କରିବା ପାଇଁ ଛାତ୍ରବୃତ୍ତି, ହଷ୍ଟେଲ ସୁବିଧା, ରାଷ୍ଟ୍ରୀୟ ଋଣ ସହ ବିଦେଶରେ ପାଠ ପଢିବା ପାଇଁ ସ୍ବତନ୍ତ୍ର ଶିକ୍ଷା ବୃତ୍ତି ଯୋଗାଇ ଦେବା, ଓବିସି ଆରକ୍ଷଣ ପାଇଁ ସରକାର ଜାତିଭିଭିକ ଜନଗଣନା କରିବା ଆଦି ଦାବି ନେଇ ଜନଜାଗରଣ ସୃଷ୍ଟି କରିବା କାର୍ଯ୍ୟ ଉଦ୍ଦେଶ୍ୟରେ ରଥ ପରିକ୍ରମା କରୁଛି। ଏଥିରେ ଖରୀଆର ସିନାପାଲି ହାତିବନ୍ଧା ଓବିସି ର ବରିଷ୍ଠ କର୍ମକର୍ତ୍ତା ମାନେ ରଥକୁ ଭବ୍ୟ ସ୍ୱାଗତ କରିଥିଲେ |
ହାତୀବନ୍ଧା ଠାରେ ଓବିସି ରଥକୁ ସ୍ୱାଗତ |
