ହାଇଦ୍ରାବାଦ ଅଗ୍ନିକାଣ୍ଡରେ ମୃତାହତଙ୍କୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦରେ ହୋଇଥିବା  ଭୟଙ୍କର ଅଗ୍ନିକାଣ୍ଡରେ  ୧୭ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୫ରୁ ଉର୍ଦ୍ଧ୍ୱ ଗୁରୁତର, ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି | 17 ମୃତକଙ୍କ ମଧ୍ୟରେ ରହିଛନ୍ତି 8 ଶିଶୁ | ଚାରମିନାର ନିକଟ ଗୁଲଜାର ହାଉସରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ କରାଯାଉଛି ସନ୍ଦେହ | ତେବେ ଅଘଟଣର ପଚାର  କାରଣ ଏଯାଏଁ ଅସ୍ପଷ୍ଟ, | ନିଆଁକୁ  ଆୟତ୍ତ କରାଯାଇଥିବାବେଳେ ବହୁ ଧନ ଜୀବନ ନଷ୍ଟ ହୋଇଥିବା ନେଇ ସୂଚନା ରହିଛି | ସେପଟେ ମୃତାହତଙ୍କୁ 2 ଲକ୍ଷ ଟଙ୍କାର  ଅନୁକମ୍ପା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ |

Leave a Reply

Your email address will not be published. Required fields are marked *