ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ,ସରପଞ୍ଚ ହେବାକୁ ହେଲେ…..

ଜଣେ ଲୋକ ପ୍ରତିନିଧି ଭାବେ ସରପଞ୍ଚଙ୍କ ଦାୟିତ୍ୱକୁ କମ୍ ଗୁରୁତ୍ୱ ଦେଇ ହେବ ନାହିଁ । ଜଣେ ସରପଞ୍ଚଙ୍କ ପାଇଁ ଯଥେଷ୍ଟ ସାହିତ୍ୟ ଜ୍ଞାନର ଆବଶ୍ୟକତା ନାହିଁ । କିନ୍ତୁ ସରପଞ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ରହୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ଓଡ଼ିଆ ପଢ଼ିବା ସହ ଲେଖି ଜାଣୁଥିବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଯଦି ଜଣେ ସରପଞ୍ଚ ଉଭୟ ଓଡ଼ିଆକୁ ପଢ଼ି ଏବଂ ଲେଖି ଜାଣିନଥିବେ ତାହେଲେ ସେ ତାଙ୍କ ଦାୟିତ୍ୱକୁ କିପରି ନିର୍ବାହ କରିବେ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଯଦିଓ ଓଡ଼ିଆ ପଢ଼ିବା ଜାଣିଥିବା ଯଥେଷ୍ଟ ବୋଲି କୁହାଯାଇ ପାରିବ କିନ୍ତୁ ଏଥିସହ ଲେଖିବା ମଧ୍ୟ ନିହାତି ଆବଶ୍ୟକ । ନଚେତ୍ ପଞ୍ଚାୟତ ଭଳି ଏତେବଡ଼ ଅନୁଷ୍ଠାନର ଗତି କୁଆଡ଼େ ବୋଲି ହାଇକୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ସରପଞ୍ଚ ପଦରେ ବସିଥିବା ମହେଶ୍ୱର ଜେନାଙ୍କୁ ବରଖାସ୍ତ ନେଇ ନିମ୍ନ ଅଦାଲତ ଦେଇଥିବା ଆଦେଶରେ କୌଣସି ପ୍ରକାର ତ୍ରୁଟି ନାହିଁ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ମତ ଦେବା ସହ ଆବେଦନକାରୀଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *