ହର ଘର ତ୍ରିରଙ୍ଗା ସଫଳ ରୂପାୟନ ନିମନ୍ତେ ଜାତୀୟ ପତାକା ବିତରଣ

ଫୋକସ ପ୍ଲସ(ଗଜପତି)୧୪/୦୮/୨୦୨୨:ସ୍ୱାଧୀନତା ର ୭୫ ବର୍ଷ ପୂର୍ଣ୍ଣ ତଥା ଆଜଦି କି ଅମୃତ ମହୋତ୍ସବ ଅବସରରେ ସରକାରଙ୍କ ଦ୍ଵାରା ଆୟୋଜିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ଗଜପତି ଜିଲ୍ଲାରେ ସଫଳ ରୂପାୟନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରରେ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ସରକାରଙ୍କ ଦ୍ଵାରା ନିର୍ଦ୍ଦିଷ୍ଟ କରାଯାଇ ଥିବା ଜାତୀୟ ପତାକା ପ୍ରସ୍ତୁତି କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ମିଶନ ଶକ୍ତି ବିଭାଗ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ।ମାନଙ୍କ ଦ୍ବାରା 50 ହଜାର ଜାତୀୟ ପତାକା ପ୍ରସ୍ତୁତି କରାଯାଇଛି।ଯାହା କି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ସମସ୍ତ ବ୍ଳକ ଉନ୍ନୟନ ଅଧିକାରୀ ,କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ, ପାରଳାଖେମୁଣ୍ଡି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ,କାଶୀ ନଗରଙ୍କୁ ବଣ୍ଟନ କରାଯାଇଛି। ଗୋଷାଣୀ ୫୦୦୦,ନୂଆଗଡ଼୫୦୦୦,ଆରଉଦୟଗିରି୫୦୦୦,ମୋହନା ୧୦୦୦୦,ଗୁମ୍ମା ୫୦୦୦, ରାୟଗଡ ୫୦୦୦,କାଶୀ ନଗର ବ୍ଳକ ୫୦୦୦, କାଶୀ ନଗର ଏନ ଏ ସି ୩୦୦୦, ପାରଳାଖେମୁଣ୍ଡି ପୌର ପରିଷଦ ୭୦୦୦ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଜିଲ୍ଲାର ପ୍ରତ୍ୟେକ ଙ୍କ ଘରେ ଜାତୀୟ ପତାକା କିପରି ଉଡା ଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା କୁ ଉପସ୍ଥିତ ସମସ୍ତ ଅଧିକାରୀ ଙ୍କୁ ଆହ୍ୱାନ ଦେଇଥିଲେ।ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆସନ୍ତା ସ୍ୱାଧୀନତା ଦିବସ ରେ ଉଦଘାଟିତ ହୋଇ ସାରା ରାଜ୍ୟରେ ଭ୍ରମଣ କରିବାକୁ ଥିବା ରଥ କୁ କିପରି ଜିଲ୍ଲା ବ୍ୟାପି ସ୍ୱାଗତ କରାଯିବ ଏବଂ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଙ୍କ ଅବଦାନ ସ୍ୱାଧୀନତା ପାଇଁ କିପରି ଥିଲା। ତାହାକୁ କିପରି ବର୍ତ୍ତମାନର ଜନ ସାଧାରଣଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜାତୀୟ ପତାକା ପ୍ରସ୍ତୁତ କରି ଥିବା ରାୟଗଡ ବ୍ଳକର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ।ସେମାନଙ୍କୁ ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ରଶ୍ମିରଞ୍ଜନ ସେଠୀ ଧନ୍ୟବାଦ ଦେବା ସହ ଉତ୍ସ।ହିତ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ୍, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପରିଚାଳନା କରିଥିଲେ।

ଗଜପତି ଜିଲ୍ଲା ରୁ ସୁଶାନ୍ତ ମାଳି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *