ଫୋକସ ପ୍ଲସ(ନୂଆପଡା):ହନୁମାନ ମନ୍ଦିର ରେ ମହାପ୍ରଭୁ ହନୁମାନ ଙ୍କୁ ଆରାଧନା ପୂର୍ବକ ଆରତୀ ପରେ ଛପନ ଭୋଗ ଅର୍ପଣ କରାଯାଇଥିଲା । ଏହି ଛପନଭୋଗ ଓଆରତି କାର୍ଯ୍ୟକ୍ରମ ରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଆରତି ପରେ ଭକ୍ତମାନେ ଛପନ ଭୋଗ ଖାଇ ଥିଲେ। ଏହି ହନୁମାନ ପୂଜୋନୁତ୍ସବ ରେ ସପତ୍ନୀକ ଟଙ୍କଧର ମେହେର ଓ ନିଲେନ୍ଦ୍ରି ମେହେର କର୍ତ୍ତା, ପୂଜକ ସୁରେନ୍ଦ୍ର ପଣ୍ଡା ଓ ଭିସ୍ମଦେବ ଦାସ ଦାୟିତ୍ଵ ନିର୍ବାହ କରିଥିଲେ। ପଞ୍ଚମୀ ଠାରୁ ଦଶମି ପର୍ଯ୍ୟନ୍ତ ଏହି ଭୋଗ ଓ ପୂଜା କରାଯିବ ବୋଲି ହନୁମାନ ପୂଜା କମିଟି ପକ୍ଷରୁ କୁହାଯାଇଛି। ଏହି ହନୁମାନ ପୂଜା କମିଟି ରେ ସଭାପତିମନୋରଞ୍ଜନ ମେହେର, ସମ୍ପାଦକ ଦୁଷ୍ମନ୍ତ ମେହେର,ମନଟୁ ମେହେର, ସୁନିଲ ମେହେର, ପ୍ରମୋଦ ମେହେର, ରଞ୍ଜନ ମେହେର ଓ ସଞ୍ଜୀବ ମେହେର ପ୍ରମୁଖ ରହି ଦାୟିତ୍ଵ ନିର୍ବାହ କରିଥିଲେ ।
ନୂଆପଡା ଜିଲ୍ଲାରୁ ପତ୍ରବନ୍ଧୁ ବାଗଙ୍କ ରିପୋର୍ଟ