ଫୋକସ ପ୍ଲସ (ବିଂଝାରପୁର)୨୭/୦୭/୨୦୨୨:ରାଜ୍ୟ ରେ ଦିନକୁ ଦିନ ମହିଳା ମାନଙ୍କର ଆତ୍ମହତ୍ୟା ଓ ମହିଳାଙ୍କୁ ହତ୍ୟା କରିବା ବଢ଼ିବାରେ ଲାଗିଛି। ଆଉ ଏଥିରୁ ବାଦ ବି ପଡିନି ଯାଜପୁର। ଜିଲ୍ଲା ର ବିଂଝାରପୁର ଥାନା ଅନ୍ତର୍ଗତ ଚିକଣା ପଞ୍ଚାୟତ ତଳବନ୍ଧ ଗାଁ ର ମଳିକ ସାହିର ସୁଦର୍ଶନ ମଳିକ ଙ୍କ ସ୍ତ୍ରୀ ବାସନ୍ତୀ ମଳିକ ବେକରେ ରାଶି ଲଗେଇ ଦେଇ ଆତ୍ମହତ୍ୟା କରିଥିବା ବାସନ୍ତୀ ର ଶାଶୂଘର ଲୋକ ବିଂଝାରପୁର ଥାନାରେ ଜଣାଇ ଥିବା ବେଳେ ବାପ ଘର ଲୋକ ବସନ୍ତି କୁ ତା ଶାଶୁ ଘର ଲୋକ ମରିଦେଇ ଟାଙ୍ଗି ଦେଇ ଥିବା ଅଭିଯୋଗ ଆଣିଛନ୍ତି। ବାସନ୍ତୀ ଙ୍କ ବାପା ଦିବାକର ମଳିକ ଙ୍କ କହିବା କଥା କି ତାଙ୍କ ଝିଅକୁ ତା ସ୍ବାମୀ ସୁଦରସନ ବିଭିନ୍ନ ସମୟରେ ମାରଧର କରିଥିବା ଅଭିଯୋଗ ଅଳକୁଣ୍ଡ ଫାଣ୍ଡି ଓ ବିଂଝାରପୁର ଥାନାରେ ରେ ରହିଥିବା ବେଳେ ସମସ୍ତ ଘଟଣା ର ବି ଆପୋଷ ବୁଝାମଣା ସରିଛି। ବିବାହର କୋଡ଼ିଏ ବର୍ଷ ପରେ ମୁଣ୍ଡ ଉପରେ ଦୁଇଟି ଝିଅ ଓ ଗୋଟିଏ ପୁଅ ର ମୁଂହ କୁ ନ ଅନେଇ ଗୋଟେ ମା କେବେ ଆତ୍ମହତ୍ୟା କରିପାରିବନି ବୋଲି ଅନେକ ଚର୍ଚ୍ଚା ହେଉଥିବା ବେଳେ ବାସନ୍ତୀ ମରିବ ନେଇ ଶାଶୂଘର ଲୋକ ବାପଘର କୁ ଖବର ନ ଦେବାରୁ ବସନ୍ତି ଙ୍କ ବାପା ଦିବାକର ତାଙ୍କ ଝିଅ ଆତ୍ମହତ୍ୟା ନୁହଁ ବରଂ ହତ୍ୟା କରାଯାଇଛି ବୋଲି ସନ୍ଦେହ ବଢିଥିଲା। ତେବେ ବିଂଝାରପୁର ଥାନା ପକ୍ଷରୁ ଉଭୟ ସମସ୍ତ ଅଭିଯୋଗ ଗ୍ରହଣ କରି ଥାନା ଅଧିକାରୀ ରଂଞ୍ଜିତ କୁମାର ମହାନ୍ତି ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଉକ୍ତ ଘଟଣା ହତ୍ୟା କି ଆତ୍ମହତ୍ୟା ଏହାର ସତ୍ୟତା ଅଧିକ ଜାଣିବା ଲାଗି ସାଇଂଟିଫିକ ଟିମ ବି ତଦନ୍ତ ଜାରିରଖିଥିବା ବେଳେ ବସନ୍ତି ଙ୍କ ସ୍ୱାମୀ ସୁଦର୍ଶନ କୁ ଥାନାରେ ଡାକି ପଚରା ଉଚରା ଜାରି ରଖିଥିବାବେଳେ ସବ ବ୍ୟବଛେଦ ପାଇଁ ପଠାଯାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଆଉ କେବେ ବିଂଝାରପୁର ପୋଲିସ ଏହା ଉପରୁ ଉଥାଉଛି ପରଦା ତାହା ସମୟ କହିବ।
ବିଂଝାରପୁର ରୁ ରାଣା ପ୍ରତାପ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ୍ |