ସ୍ୱାମୀଙ୍କୁ ପାଇବା ପାଇଁ ଷ୍ଟେଟ୍ ବ୍ୟାଙ୍କରେ ଧାରଣା ଦେଲେ ସ୍ତ୍ରୀ

ଫୋକସ ପ୍ଲସ(ବୌଦ୍ଧ): ସ୍ୱାମୀକୁ ଭେଟିବା ପାଇଁ ବ୍ୟାଙ୍କ ସାମ୍ନାରେ ପତ୍ନୀଙ୍କ ଧାରଣା। ଆଜି ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍ୱାମୀଙ୍କୁ ନଭେଟିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୁଲିସକୁ ସଫାସଫା କହିଛନ୍ତି ମହିଳା ।ଏହି ମହିଳା ଜଣକ ପୁରୀର ମିନତୀ ରାଣୀ ମହାପାତ୍ର।ପେଷାରେ ସେ ଜଣେ ଓକିଲ।

ମିନତୀ କହିଛନ୍ତି, ଗତ ୨୦୧୯ ଏପ୍ରିଲରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ମହେଶ ପ୍ରସାଦ ମିଶ୍ରଙ୍କୁ ସେ ବିବାହ କରିଥିଲେ। ବାହା ହେବାର ଏକ ମାସ ମଧ୍ୟରେ ତାଙ୍କୁ ଛାଡି ମହେଶ କେଉଁଆଡ଼େ ପଳାଇଥିଲେ।ସ୍ୱାମୀଙ୍କର ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରହିଥିଲା ଏବଂ କିଛିଦିନ ପରେ ଫେରିଥିଲେ। ଯାହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା। ପରକ୍ରିୟାପ୍ରୀତିକୁ ବିରୋଧ କରିବାରୁ ତାଙ୍କୁ ଘରୁ ବାହାର କରିଦେଇଥିଲେ ସ୍ୱାମୀ।

ବାହା ହେବା ସମୟରେ ସ୍ୱାମୀ ପୁରୀ ଷ୍ଟେଟ୍ ବ୍ୟାଙ୍କରେ ଚାକିରି କରୁଥିଲେ ଏବଂ ପୁରୀରେ ହିଁ ରହୁଥିଲେ। ପରବର୍ତ୍ତୀ ସମୟରେ ପୁରୀ ଶାଖାରୁ ଅନ୍ୟତ୍ର ବଦଳି ହୋଇଯାଇଥିଲେ ।ଏ ସମ୍ପର୍କରେ ପତ୍ନୀ ଜାଣିପାରି ନଥିଲେ। ତେଣୁ ବହୁ ସ୍ଥାନ ଖୋଜାଖୋଜି କରି ନିରାଶ ହେବାରୁ ନ୍ୟାୟ ପାଇବା ପାଇଁ ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ଜୁଲାଇ ମାସ ୨୦୧୯ରେ ତାଙ୍କ ଅଭିଯୋଗ ଉପରେ ଦିଲ୍ଲୀ ମହିଳା କମିଶନ ବାରମ୍ବାର ହାଜର ହେବାକୁ ସ୍ୱାମୀ ମହେଶଙ୍କୁ ନୋଟିସ କରିଥିଲେ ।ହେଲେ ସ୍ୱାମୀଙ୍କର ଦେଖା ନଥିଲା |ସ୍ତ୍ରୀ ଙ୍କୁ ଲୁଚି ବୁଲୁଥିଲେ |ଶେଷରେ କୌଣସି ସୂତ୍ରରୁ ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ୍ ରେ ସ୍ୱାମୀ ପୋଷ୍ଟିଙ୍ଗ ପାଇଥିବା ଜାଣିବାକୁ ପାଇ ସେଠାରେ ପହଞ୍ଚି ଯାଇଥିଲେ ସ୍ତ୍ରୀ |ସ୍ୱାମୀଙ୍କୁ ନ ଭେଟିବା ଯାଏଁ ସେଠାରେ ଧାରଣାରେ ବସି ରହିବେ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ |

 

ବୌଦ୍ଧରୁ ଶରତ ମୁଦୁଲିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *