ସ୍ୱପ୍ନ ହେବ ପୂରଣ…..

ଅନୁଗୁଳ୨୨/୨/୨୦୨୪: ସ୍ୱାଧୀନତାର ଅନେକ ବର୍ଷ ପରେ ଆଜି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ଉପାନ୍ତ ଅଞ୍ଚଳର ଲୋକଙ୍କ ସ୍ବପ୍ନ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ | ପାଲଲହଡା ବ୍ଲକ ବରଡ଼ିହ ପଞ୍ଚାୟତର ସିବିଡା ଠାରୁ ଖଡକା ପର୍ଯ୍ୟନ୍ତ 27କିମି ରାସ୍ତାର ଭିତ୍ତି ପ୍ରସ୍ତର ଆଜି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପାଲଲହଡା ଗ୍ରସ୍ତରେ ଆସି ଶିଳାନ୍ୟାସ କରିଛନ୍ତି | ତାଙ୍କ ସହ ବିଧାୟକ ମୁକେଶ ପାଳ, ପଞ୍ଚାୟତ ସମିତି ଅଧକ୍ଷା ରୀନା ରାଣୀ ନାଏକ, ଯୁବ କଲ୍ୟାଣ ବୋର୍ଡ ଅଧକ୍ଷ କୁନ ବିହାରୀ ଦାସ, ବରଡ଼ିହ ପଞ୍ଚାୟତ କପି ଦେହୁରୀ, ନାଗିରା ସରପଞ୍ଚ ମଦନ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ସାବିତ୍ରୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ | ସାଧାରଣତଃ ଉକ୍ତ ଅଞ୍ଚଳଟି ଏକ ଆଦିବାସୀ ବହୁଳ ଅଞ୍ଚଳ ଏବଂ ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ ସେହି ଅଞ୍ଚଳକୁ ଯାତାୟାତ ପାଇଁ ରାସ୍ତା ଖଣ୍ଡେନ ଥିଲା | ବିଧାୟକ ମୁକେଶ ପାଳଙ୍କ ଚେଷ୍ଟାରେ ଅଞ୍ଚଳ ବାସୀଙ୍କର ଅନେକ ଦିନର ସ୍ବପ୍ନ ପୂରଣ ହେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେବା ସହିତ ଏହା ଏକ ଐତିହାସିକ ଦିନ ବୋଲି ଅଞ୍ଚଳ ବାସୀ ଅବିହିତ କରିଛନ୍ତି | ତେବେ ପୂର୍ତ୍ତ ବିଭାଗ ତରଫରୁ 27କିମି ରାସ୍ତା ପାଇଁ 47କୋଟି 21ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି | ଏହି ରାସ୍ତା ଦ୍ୱାରା ଉକ୍ତ ଅଞ୍ଚଳ ସିଧାସଳଖ ଉପଖଣ୍ଡ ସହିତ ଯୋଡି ହେବା ସହିତ ସୁନ୍ଦରଗଡ଼ର ବଣେଇ, କେନ୍ଦୁଝର ଜିଲ୍ଲା ଏବଂ ଦେବଗଡ଼ ଜିଲ୍ଲା ସହିତ ସିଧାସଳଖ ଯୋଡି ହେବ | ଏହି କାର୍ଯ୍ୟକ୍ରମକୁ ନେଇକି ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା | କାର୍ଯ୍ୟକ୍ରମରେ ପ୍ରାୟ 3-4ହଜାର ଲୋକ ଉପସ୍ଥିତ ଥିଲେ | ବ୍ଲକ ସଭାପତି ଗଙ୍ଗାଧର ଜିତ ସଭାକୁ ସଭାପତିତ୍ୱ କରିଥିବା ବେଳେ ବ୍ଲକ ଅଧକ୍ଷା ଧନ୍ୟବାଦ ଦେଇଥିଲେ |

Leave a Reply

Your email address will not be published. Required fields are marked *