ଫୋକସ ପ୍ଲସ (କୋଣାର୍କ): ପାରିବାରିକ କଳହ ପାଇଁ ପ୍ରସବ ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ମେଡିକାଲ୍ ନେବାକୁ ଛାଡିଲେନି ସ୍ବାମୀ ।ଗର୍ଭବତୀଙ୍କୁ ନେବା ପାଇଁ ମେଡିକାଲ ଟିମି ସହ ଆଶାକର୍ମୀ ଅଙ୍ଗନବାଡି ଦିଦି ରାସ୍ତାରେ ୪ଘଣ୍ଟା ଠିଆହେଲେ ।ଖବର ପାଇ ଆମ ଫୋକସ ପ୍ଲସର ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିବା ପରେ କୋଣାର୍କ ଥାନାକୁ ଫୋନ୍ କରିଥିଲେ ।
କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ସେମାନଙ୍କ ୧୦ ଜଣିଆ ଟିମ୍ ତୁରନ୍ତ ଆସି ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ବାଗୁରି ଗାଁ ମେଡିକାଲ ଟିମି ଓ କୁଞ୍ଜମଠ ଆଶାକର୍ମୀ ଙ୍କ ସହ ପୁରୀ ମେଡିକାଲକୁ ପଠାଇଲେ।। ତେବେ ମହିଳାଙ୍କ ଗର୍ଭରେ ଯମଜ ସନ୍ତାନ ରହିଥିବା ଆଶାକର୍ମୀ ଓ ମେଡିକାଲ ଟିମି ସୂଚନା ଦେଇଛନ୍ତି । ମେଡିକାଲ ନେବାରେ ଯଦି ଆଉ କିଛି ସମୟ ବିଳମ୍ବ ହୋଇଥାନ୍ତା ତେବେ ବଡ ଅଘଟଣ ଘଟିବାର ସମ୍ଭାବନା ରହିଥିଲା ବୋଲି ମେଡିକାଲ କର୍ମୀ ସୂଚନା ଦେଇଛନ୍ତି |
କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ