ଫୋକସ ପ୍ଲସ (କୋକସରା)୦୩/୦୭/୨୦୨୨: ସରକାରଙ୍କ ୪୦ଲକ୍ଷ୍ୟ ଅଟକଳ ଅନୁଦାନ ରେ ତିଆରି ହେଉଥିବା 5T ସ୍କୁଲ ର ଅବସ୍ଥା ଅସରାଏ ବର୍ଷା ରେ ପାଣି ଜମିବା ଦେଖିବାକୁ ମିଳିଛି!ଘଟଣା ଟି ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଉଚ୍ଚ ବିଦ୍ୟାଳୟ ରେ!ସୂଚନା ମତେ ଏହି ସ୍କୁଲ ଟି କୁ 5T ସ୍କୁଲ ରେ ରୂପାନ୍ତରିତ କରିବା ପାଇଁ 40ଲକ୍ଷ୍ୟ ଟଙ୍କା ସରକାରୀ ଅନୁଦାନ ଦିଆଯାଇଛି ଏବଂ କାମ ମଧ୍ୟ ଅଧାରୁ ଅଧିକ ସରିଯାଇଛି! କିନ୍ତୁ ଟିକିଏ ବର୍ଷା ରେ ସ୍କୁଲ ପରିସରରେ ତିଆରି ହୋଇଥିବା ରାସ୍ତା ରେ ପାଣି ଜମିରହୁଥିବାର ଦେଖିବାକୁ ମିଳିଛି,ଯଦି ଅଧା ରୁ ଅଧିକ କାମ ସାରିଲାଣି ଏହି ଡ୍ରେନେଜ୍ ବ୍ୟବସ୍ଥା କରା ଯାଇନାହିଁ କି ? ବୋଲି ପ୍ରଶ୍ନ କରିଛନ୍ତି ଓ ଏ ବାବଦରେ ଠିକାଦାର ,Je କୁ ଅବଗତ କରାଇବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । ଏକ ବଡ଼ ପୁରୁଣା କୃଷ୍ଣଚୁଡା ଗଛ ଉପୁଡି ପଡି ସ୍କୁଲ ଉପରେ ପଡିଛି । ପିଲା ପାଠ ପଢ଼ୁଥିବା ସମୟରେ ଗଛ ଟି ଏପରି ହୋଇଥିଲେ ପିଲାଙ୍କ ଅବସ୍ଥା କଣ ହୋଇଥାନ୍ତା? ଏପଟେ ସରକାରୀ ଯନ୍ତ୍ରୀ ରାସ୍ତା ତିଆରି ସମୟରେ ତଦାରଖ କରିଥିଲେ କି ନଁl?କି ଠିକାଦାର ଙ୍କ ସହିତ ମଧୁଚନ୍ଦ୍ରିକାରେ ଏହି କାମ ଚାଲୁନାହିଁ ତ ? ଯେ ଅସରାଏ ବର୍ଷାରେ ରାସ୍ତା ଉପରେ ପାଣି ଜମି ରହୁଛି ।ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମାନ ରେ ଉଙ୍କି ମାରୁଥିବା ସୂଚନା ମିଳିଛି ।
