ସ୍ତ୍ରୀ କୁ ହାଣିଲା ସ୍ୱାମୀ

ଫୋକସ ପ୍ଲସ (କାମାକ୍ଷାନଗର) ୦୩/୦୭/୨୦୨୨:  ପାରିବାରିକ କଳହ କୁନେଇ ସ୍ତ୍ରୀ କୁ ପନିକି ରେ ହାଣିଲା ସ୍ୱାମୀ l ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ପଥରଖୁମ୍ବ ଗ୍ରାମ ରେ l ସୂଚନା ଅନୁସାରେ ଗ୍ରାମ ର ପ୍ରମୋଦ ରାଉତରାୟ ରାଜମିସ୍ତ୍ରୀ ଭାବେ ଢେଙ୍କାନାଳ ରେ କାମ କରୁଛନ୍ତି l ଗତକାଲି କାମରୁ ଫେରି ପ୍ରମୋଦ ପଥରଖୁମ୍ବ ଆସିଥିବା ବେଳେ କୌଣସି କାରଣବଶତଃ ଆଜି ସକାଳୁ ତାଙ୍କ ସ୍ତ୍ରୀ ଙ୍କ ସହ ବଚସା ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ପ୍ରମୋଦ ନିକଟରେ ଥିବା ଏକ ପନିକି ରେ ତାଙ୍କ ସ୍ତ୍ରୀ ମଲାଋଣୀ ରାଉତରାୟ ଙ୍କୁ ହାଣି ଦେଇଥିଲେ l ଫଳରେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବେଳେ କିଛି ସ୍ଥାନୀୟ ଲୋକ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିଲେ l ଏ ନେଇ ଖବର ପାଇ କାମାକ୍ଷାନଗର ପୋଲିସ ମେଡିକାଲ ରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରମୋଦ ଫେରାର ହୋଇଯାଇଥିବା ଜଣା ପଡିଛି l

Leave a Reply

Your email address will not be published. Required fields are marked *