ଫୋକସ ପ୍ଲସ(କଳାହାଣ୍ଡି)୧୦/୦୯/୨୦୨୨: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ବଲାଙ୍ଗୀର ତୁଷୁରା ର ଔରଶ୍ରୀ ନାମକ ରେଡିମେଡ କପଡ଼ା ବ୍ୟବସାୟୀ ବିଦ୍ୟାଳୟ ମାନଙ୍କରେ ଜାଲ କୋଟେଶନ ରେ କଲିକତା ଫୁଟପାଥ୍ ରୁ ଅତି ରଦି ପୋଷାକ ଆଣି ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଚୂନ ଲଗେଇବା ବ୍ୟବସ୍ଥା ଚଲାଇଛନ୍ତି | ବିଗତ ତିନି ଚାରି ବର୍ଷ ଧରି ଏ ବ୍ୟବସାୟୀ ବାବୁ ଜଣକ ଜାଲ କୋଟେସନ ଦେଇ ନର୍ଲା ଅଞ୍ଚଳର ବିଦ୍ୟାଳୟ ମାନଙ୍କୁ ଟାର୍ଗେଟ କରିଛନ୍ତି ଏବଂ କୋଟି କୋଟି ଟଙ୍କା ସ୍କୁଲ୍ ପୋଷାକ ନାଁ ରେ ଲୁଟି ଚାଲିଛନ୍ତି |ଏ ଲୁଟ ର ଶିକାର ଆଉ କିଏ ନୁହ ,ଏ ବାବୁ ସ୍କୁଲ ପୋଷାକ ନାଁ ରେ ଲୁଟି ଚାଲିଛନ୍ତି କୋମଳମତି ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ |ବାବୁ ସ୍କୁଲ ରେ ସେମ୍ପଲ ଦେଖାଉଛନ୍ତି ଗୋଟେ ଆଉ ଦେଉଛନ୍ତି ଗୋଟେ|ଏଭଳି ଅଭିଯୋଗ ଆଣିଛନ୍ତି ଘୋଡ଼ାବନ୍ଧ,ବ୍ରାହ୍ମଣୀ ତୁଳାପଡା କ୍ଲଷ୍ଟର ଅଧୀନରେ ଥିବା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ | କୋଟେସନ ରେ ଦେଇ ଥିବା ସାମ୍ପ୍ଲଲ ଆଉ ବର୍ତ୍ତମାନ ଦିଆ ଯାଇଥିବା ପୋଷକ ସମ୍ପୂର୍ଣ୍ଣ ଭିନ୍ନ ରହିଥିବା ଅଭିଯୋଗ ହେଉଛି lପିଲାଙ୍କୁ ସିଲେଇ କରି ଦିଆ ଯାଇଥିବା ଡ୍ରେସ ଉପରେ ହାତ ମାରିଲେ ସମୂର୍ଣ ପୋଲିଷ୍ଟର ଭଳି ଲାଗୁଥିବା ଅଭିଯୋଗ ହେଉଛି |ସାମ୍ପଲ ରେ ତ ବେଶ ବଢ଼ିଆ କନା ର ନମୁନା କାଟି କୋଟେଷନ ରେ ଦିଆ ଯାଇଥିଲା |ହେଲେ ସିଲେଇ କରି ଦେଲାପରେ ଏହା ପରିବର୍ତ୍ତନ ହେଲା କିପରି ବୋଲି ଅଭିଭାବକ ମାନେ ବର୍ତ୍ତମାନ ପ୍ରଶ୍ନ କରିବା ଆରମ୍ଭ କରିଦେଲେଣି |ଏସବୁର ଟିକି ନିକି ଭାବେ ତଦାରକ କରିବା ଦାୟିତ୍ଵ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ରହିଥିଲା l ହେଲେ ସେ ତାଙ୍କ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ନାହାନ୍ତି ବୋଲି ଅଭିଭାବକ ମାନେ କହୁଛନ୍ତି |ଔରଶ୍ରୀ ର ମାଲିକ ମେହେର ବାବୁଙ୍କ ଆଉ ସ୍କୁଲ କତୃପକ୍ଷ ଙ୍କ ଭିତରେ ଆଉ କିଛି ରହସ୍ୟ ଲୁଚି ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ? ଖାସ୍ ଏଇଥି ପାଇଁ ବଲାଙ୍ଗୀର ତୁଷୁରା ର ଔରଶ୍ରୀ ନାମକ ଏ ସଂସ୍ଥା |ନର୍ଲା ବ୍ଲକ ର ବିଭିନ୍ନ ସ୍କୁଲ ର କେତେକ ଶିକ୍ଷକ ମାନଙ୍କୁ ନିଜ ହାତ ମୁଠା ରେ ରଖି ନିଜ ଆଧିପତ୍ୟ ଜାହିର କରିବାରେ ଲାଗିଛି ବୋଲି କହିଛନ୍ତି | ବିତରଣ କରାଯାଇଥିବା ଡ୍ରେସ ମାନଙ୍କରେ କଟେକ୍ ସାର୍ଟ ଆଉ ଫ୍ରକ୍ ରେ ବଟନ୍ ନାହିଁ ତ କଉଠି ସିଲେଇ ମଧ୍ୟ ଛାଡ଼ି ଗଲାଣି | ସ୍କୁଲ ଯୋତା ବାବଦରେ ତ ନକହିବା ଭଲ lଗୋଟିଏ ରୁ ଦୁଇ ମାସ ଭିତରେ ଯୋତା ଫାଟି ଆଉ ତାର ଅବସ୍ଥା ରହୁ ନାହିଁ lବର୍ଷ ସାରା ଛାତ୍ର ଛାତ୍ରୀ ମାନେ ଦୁଇ ହଲ ଡ୍ରେସ ରେ ଆଉ ଗୋଟିଏ ହଲ ଜୋତା ରେ କାମ ଚଳାଇ ଚାହିଁ ରହିଥାନ୍ତି । ଡ୍ରେସ ବିତରଣ ହେଲେ ଫଟା ଦଦରା ଡ୍ରେସ ଆଉ ଯୋତା ବଦଳରେ କିଭଳି ନୂଆ ଡ୍ରେସ ଯୋତା ପିନ୍ଧିବେ lହେଲେ ଏଠି ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି lତୁଷୁରା ର ଔରଶ୍ରୀ ନାମକ ଡ୍ରେସ ସଂସ୍ଥା ର ମାଲିକ ମେହେର ବାବୁ କଲିକତା ଫୁଟ ପାଥ ରେ ବିକ୍ରୀ ହେଉଥିବା ୩୦ ଟଙ୍କିଆ ସାର୍ଟ ଓ ୩୦ ଟଙ୍କିଆ ପେଣ୍ଟ ସହ ୬୦ ରୁ ୭୦ ଟଙ୍କିଆ ଯୋତା ରେ ବୋଧେ ଏଥର କାମ ସାରିଦଉଛନ୍ତି | ହେଲେ ପିଲା ପ୍ରତି ଛେପ ମାରି ୬୦୦ ଟଙ୍କା ଆଦାୟ କରୁଛନ୍ତି ଏ ଅସାଧୁ ବ୍ୟବସାୟୀ ଜଣକ lସ୍କୁଲ ୟୁନିଫର୍ମ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଛାତ୍ର ଛାତ୍ରୀଙ୍କ ପାଇଁ ଯୋଗାଇ ଦେଉଥିବା ବେଳେ |ଏଠି କିନ୍ତୁ ଏ ବାବୁ ଜଣକ ଏହି ପିଲାଙ୍କ ପାଇଁ ଆସୁଥିବା ଟଙ୍କା ଉପରେ ନଜର ଗଡ଼ାଇ ବସିଥିବା ଅଭିଯୋଗ ହେଉଛି |ସାମ୍ପଲ ଦେଖାଇଲା ବେଳକୁ ତ ବଢିଆ ଦେଇ ଥିଲେ | କିନ୍ତୁ ଦେଲା ବେଳକୁ ଅତି ରୁ ଅତି ସସ୍ତ୍ତା ପୋଷାକ ଦେଲେ କ’ଣ ପାଇଁ ? ଯେଉଁ ପୋଷାକ କୁ ପିନ୍ଧି ଛାତ୍ରଛାତ୍ରୀ ମାନେ କ୍ଲାସ୍ ରୁମ୍ ରେ ବସି ପାରୁନାହାନ୍ତି |ଡ୍ରେସ ପିନ୍ଧିଲେ ପିଲାଙ୍କୁ ଅତି ଗରମ ହେବା ସହ କୁଣ୍ଡେଇ ମଧ୍ୟ ହଉଛି| ଏନେଇ ସ୍କୁଲ ର କୋମଳ ମତି ଛାତ୍ର ଛାତ୍ରୀ ମାନେ ମଧ୍ୟ ଅଭିଯୋଗ କରୁଛନ୍ତି lଏଣୁ ଏ ବାବୁ ନର୍ଲା ବ୍ଲକ ର ସ୍କୁଲ ମାନଙ୍କରେ ରେ ଦେଇଥିବା ପୋଷାକ ଓ ସେମ୍ପଲ କଟିଙ୍ଗକୁ ଟେକ୍ସଟାଇଲ୍ସ ଏକ୍ସପୋର୍ଟ ମାନେ ଯାଞ୍ଚ କରି ଛାତ୍ର ଛାତ୍ରୀ ମାନଙ୍କୁ ପୁନର୍ବାର ଉତ୍ତମ ମାନର ପୋଷାକ ଯୋଗାଇ ଦେବା ପାଇଁ ଅଭିଭାବକ ମହଲ ରେ ଦାବି ହେଉଛି |
