ଫୋକସ ପ୍ଲସ(ବାଲେଶ୍ୱର)୧୦/୦୯/୨୦୨୨: ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ପୂର୍ଣ୍ଣ ଚନ୍ଦ୍ର ନାୟକ |ବାଲେଶ୍ୱର,,କିଏ ଲାଇକ କରୁଛି ତ !ତ କିଏ ସେଆର କରୁଛି,କିଏ ଡୁଏଟ କରୁଛି ! ତ କିଏ ପୁଣି ହୃଦୟ ସ୍ପର୍ଶୀ ଓ ଜୀବନ୍ତ ଅଭିନୟ ବୋଲି କମେଣ୍ଟ କରୁଛି।ଏମିତି ହେଉ ହେଉ ହଜାରେ ନୁହେଁ,ଭିୟୁୟରସଙ୍କ ସଂଖ୍ୟା ମିଲିଅନ ପାର ହୋଇଛିବଏହି ଭିଡିଓ।ଯାହାକୁ ପଚାରିଲେ ସେ କହୁଛି, ହଁ ,ଏହି ଭିଡିଓ ସମାଜ କୁ ଏକ ଦାୟିତ୍ବ ବଧତାର ଶିକ୍ଷା ଦେଉଛି।ଗୀତଟି ଚାରି ବର୍ଷରୁ ଅଧିକ ପୁରଣା ହୋଇଥିଲେ ସୁଦ୍ଧା ରିଲର ନିଛୁକ ଅଭିନୟ ଗୀତଟିକୁ ଆଜି ପୁଣି ଜୀବନ୍ତ କରିଛି। ଆମେ କହୁଛୁ ବାଲେଶ୍ଵରର ସୀମାନ୍ତ ତଥା ମୟୁରଭଞ୍ଜ ଜିଲ୍ଲାର ପୁରୁଣିଆ ପଞ୍ଚାୟତର ନୂଆଗାଁରେ ପୂର୍ଣ୍ଣ ଚନ୍ଦ୍ର ନାୟକ।ବୟସର ଅପରାହ୍ନରେ ଶାରୀରିକ ଅସୁସ୍ଥତା ପାଇଁ,ମନ କଥାକୁ ମନ ସିନ୍ଧୁକରେ ସାଇତି ରଖି,ନିଜ ଅଭିନୟର ପେଷାକୁ,ବଣର ବଣମଲ୍ଲି ସଜାଇ ଦେଇଛି,ପରିସ୍ଥିତି।ସେ ଦିନର ସେହି ନାଲି ନେଳି ଆଲୁଅ ଓ ମୁହଁର ସେ ମେକପ ଲଗା ମଞ୍ଚରେ,ଅଭିନୟର ସେ କଳାକୃତିକୁ ଅଭୁଲା ଅତୀତର ଫର୍ଦ୍ଦରେ ଯୋଡି ଦେଇ,ଛୋଟଏକ ପାନ ଦୋକାନ ସହିତ ମାଟିର ସେଇ ଚାରି କାନ୍ଥକୁ ଭାବି ନେଇଛନ୍ତି ସେ,ନିଜ ଜୀବନର ମଞ୍ଚ ଓ ନିଜ ଧର୍ମପତ୍ନୀ ଅର୍ନପୂର୍ଣାଙ୍କୁ ନାୟିକା। ଅତୀତ ଫର୍ଦ୍ଦରେ ମଞ୍ଚର ଅଭିନୟରେ,ସତ ଅଭିନୟର ମିଛ ମିଛ ଲୁହ ଆଜି ପାଲଟି ଯାଇଛି ସତ ଲୁହ।ମିଛ ହସ ହସ ମୁହଁରେ ଦୁନିଆ ଆଗରେ ଦୁଃଖ ଲୁଚାଇ ଛନ୍ତି ସତ,ହେଲେ ଡିଜିଟାଲ ଯୁଗର ମୋବାଇଲ ଆଗରେ ଦୃଶ୍ୟମାନ ହୋଇଛି ରିଅଲ ଲାଇଫର କୋହ।ଛୋଟ କୁଡ଼ିଆ ଘରେ ବାସ କରୁଥିବା ଚର୍ଚ୍ଚିତପୂର୍ଣ୍ଣଦାଦାଙ୍କଜୀବନ୍ତ ଅଭିନୟ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଢେର ସାରା ଭଲ ପାଇବା ଦେଇଥିବା ବେଳେ ଆର୍ଥିକ ପରିସ୍ଥିତି ପାଇଁ ବଣ ମଲ୍ଲି ସାଜିଥିବା ପୂର୍ଣ୍ଣ ଦାଦାଙ୍କ ହୃଦୟରେ କେଉଁଠି ନା କେଉଁଠି ଆଶାର ଆଲୋକ ସୃଷ୍ଟି ହୋଇଛି।
ସୋସିଆଲ ମିଡିଆରେ ଚର୍ଚ୍ଚାରେ ପୂର୍ଣ୍ଣ ଚନ୍ଦ୍ର
