ସୋସାଇଟିରେ ‘ମଦୁଆଙ୍କ ଆଡ୍ଡାସ୍ଥଳୀ ?

ଫୋକସ ପ୍ଲସ(ନୂଆଗାଁ ବ୍ଲକ): ବେରୁଆଁବାରି ସୋସାଇଟି ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି |ସୂଚନା ଥାଉ କି ଆମେ କହୁଛୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆଁବାରି ସୋସାଇଟି କଥା |ସୋସାଇଟି ରେ ରାଜନୀତି ତିଆରି କରି ସୋସାଇଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ କୃଷକ ମାନଙ୍କ ଉନ୍ନୟନ ମୂଳକ ବିକାଶ କୁ ବନ୍ଦ କରିବା ସହ ରାଜନୀତି କରୁଥିବା ବେଳେ କିଛି ମଦୁଆ ଙ୍କୁ ନେଇ ସୋସାଇଟି ରେ ଜୁଲୁମ୍ କରୁଥିବା ମଧ୍ୟ୍ୟ ଅଭିଯୋଗ ହୋଇଛି |ଅଭିଯୋଗ ପରେ ଯେତେବେଳେ ଆମ ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିଥିଲେ ସୋସାଇଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଅବାନ୍ତର ଯୁକ୍ତି କରି ବାହାରକୁ ଦୌଡ଼ି ପଳେଇ ଯାଇଥିଲେ |ସବୁଠାରୁ ବଡ଼ କଥା ହେଉଛି କାହା ପରାମର୍ଶ କାହା ସାହସ ରେ ଏଭଳି ମଦୁଆ ଙ୍କୁ ଧରି ନିରୀହ କୃଷକ ଉପରେ ଜୁଲୁମ୍ କରୁଛି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ |ସେପଟେ ସୋସାଇଟି ର କିଛି କୃଷକ ମଧ୍ୟ୍ୟ ସୋସାଇଟି ରେ ଋଣ ନେଣ ଦେଣ ରେ ଅନିୟମିତତା ହୋଇଥିବା ମଧ୍ୟ୍ୟ ଅଭିଯୋଗ ହୋଇଛି |ଏ ବିଷୟରେ ସୋସାଇଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କୁ ପଚାରିବାରୁ ସେ ଚିହିଁକି ଉଠୁଛନ୍ତି କାହିଁକି? |ଦୃନୀତି ର ଗନ୍ତାଘର ପାଲଟିଥିବା ବେରୁଆଁବାରି ସୋସାଇଟି ରେ ଏବେ ମଦୁଆ ଙ୍କୁ ଆତଙ୍କୀ ରାଜ |ଟିକେ ଭଲ ଭାବରେ ନଜର ପକାନ୍ତୁ ଏ ଦୃଶ୍ୟ ଉପରେ ଏ ଭିଜୁଆଲ ବୟାନ କରୁଛି ସୋସାଇଟି ର ଅସଲ ଚିତ୍ର କିଭଳି |ମଦ ମାଂସ ଖାଇଲେ ପ୍ଲେଟ ବୋତଲ ଫୋପାଡ଼ି ଦେଲେ ଚାଲିଗଲେ || ସୋସାଇଟି ରେ ସଭାପତି ଙ୍କ ମଦୁଆ ମାନଙ୍କର ପ୍ରବେଶ ଓ ସମର୍ଥନ କୁ ନେଇ ଏବେ ଚର୍ଚ୍ଚା ରେ ସୋସାଇଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ |

ଏପଟେ ସୋସାଇଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ କହିବା କଥା ଆମେ ଏ. ଆର. ଏସ ଙ୍କ ଅନୁମତି ରେ ଏଠି ଭୋଜି କରୁଛୁ ଆମର କେହି କିଛି କରିପାରିବେନି |ସେପଟେ ଏ. ଆର. ଏସ ଙ୍କ କହିବା କଥା ଏ ବିଷୟରେ ମୋ ପାଖରେ କିଛି ଖବର ନାହିଁ ଖୁବଶୀଘ୍ର ଏ ବିଷୟରେ ମୁଁ କାରଣ ଦର୍ଶାଅ ନୋଟିସ ମାଗୁଛି କାହା ଅନୁମତି ରେ ସେମାନେ ମଦୁଆ ଙ୍କୁ ନେଇ କରୁଥିଲେ ମିଟିଂ|ତେବେ ଦେଖିବାକୁ ଅପେକ୍ଷା କେବେ ହେଉଛି ଏହାର ତଦନ୍ତ କେବେ ହେଉଛି କାର୍ଯ୍ୟାନୁଷ୍ଠାନ ତାହାକୁ ଦେଖିବାକୁ ଅପେକ୍ଷା |

ନୂଆଗାଁ ବ୍ଲକରୁ ବିରଞ୍ଚି ନାରାୟଣ ବେହେରାଙ୍କ ରିପୋର୍ଟ

 

Leave a Reply

Your email address will not be published. Required fields are marked *